ସୀମାନ୍ତରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ 

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁରରେ ୯ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ଛତିଶଗଡର ଆତ୍ମସମର୍ପଣ ନୀତି ଦ୍ୱାରା ପ୍ରଭାବିତ ହୋଇ ବିଗତ ଦିନରେ କ୍ରମାଗତ ଭାବେ ଅନେକ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ୯ ଜଣ ମାଓବାଦୀ ନାରାୟଣପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଯେଉଁଥିରେ ମାଓ ସଙ୍ଗଠନର ଡିକେଏମଏସର ଜଣେ ସଭାପତି ଏବଂ ଜଣେ ଉପାଧ୍ୟକ୍ଷ ଓ ୭ ମିଲିସିଆ ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କାରୀ ମାଓବାଦୀମାନେ ହେଲେ ସନ୍ତୁ ଭଡ୍ଡା, ମାସା ଭଡ୍ଡା, ପୁନାଉ ରାମ ଭଡ୍ଡା, ରମେଶ ଭଡ୍ଡା, ଅଜୟ ଧ୍ରୁବ, ସୁଦିଲ କୁମେଟି, ଅନିଲ ଭଡ୍ଡା, କରଭେ ଭଡ୍ଡା ଏବଂ ଆୟତୁ ଉସେଣ୍ଡି । ନାରାୟଣପୁର ଅଞ୍ଚଳରେ ଏହି ଆତ୍ମସମର୍ପଣ କାରୀ ମାଓବାଦୀମାନେ ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ତେବେ ମାଓ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହୋଇ ନିଜର ନୀତି ଆଦର୍ଶ ହରାଉଥିବା ସହ ପୁଲିସ ପକ୍ଷରୁ କଡା ତଲାସି ଅଭିଯାନ ଓ ମାଓ ଦମନ ରଣନୀତି ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କରିବା ପରେ ପ୍ରୋସôାହନ ସ୍ୱରୂପ ସମସ୍ତଙ୍କୁ ୨୫ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।