ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ
ମାଲକାନଗିରିରୁ ଶିବ ପ୍ରସାଦ ଦାସ :ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣା ଥମିବାର ନା ଧରୁ ନାହିଁ, ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ, ଦୁଇ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା । ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ବଡପଦର ପଞ୍ଚାୟତ ସମରରାଙ୍ଗନୀ ଗ୍ରାମର ଶାନ୍ତମା ଖରାଙ୍କୁ ଶନିବାର ଦିନ ସକାଳୁ ସକାଳୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ସ୍ତ୍ରୀର ଯନ୍ତ୍ରଣା ଦେଖି ସ୍ୱାମୀ ଆଦୁ ଖରା ୧୦୮ ଆମ୍ବୁଲାନ୍ସକୁ ଫୋନ ଯୋଗେ ଚିତ୍ରକୋଣ୍ଡା ମେଡିକାଲ ନେବା ପାଇଁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସଟି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିବା ଯୋଗୁଁ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଅଟକି ରହିଯାଇଥିଲା । ଫଳରେ ବାଧ୍ୟ ହୋଇ ଗର୍ଭବତୀଙ୍କ ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ମୁନା ହରିଜନ ଏବଂ କିଛି ସମ୍ପର୍କୀୟ ମାନେ ମିଶି ଆମ୍ବୁଲାନ୍ସ ରେ ଥିବା ଷ୍ଟ୍ରେଚର ସାହାଯ୍ୟରେ ପ୍ରାୟ ଦୁଇ କିଲୋମିଟର ଦୂର ପାହାଡିଆ କାଦୁଅ ରାସ୍ତାରେ ଚାଲିଚାଲି ୧୦୮ଆମ୍ବୁଲାନ୍ସ ପାଖକୁ ବୋହି ଆଣିଥିଲେ । ଏହାପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଅଯାଇଥିଲା । ହସ୍ପିଟାଲରେ ଗର୍ଭବତୀ ଜଣକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ନେଇ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲାରେ ରହୁଥିବା ବଙ୍ଗୀୟ ସମ୍ପ୍ରଦାୟର ଦଶହରାରେ ମା ଦୁର୍ଗାଙ୍କ ନିକଟରେ ଦହିପଖାଳ ସାଙ୍ଗକୁ ସାରୁ ସାଗଭଜା ଭୋଗ ଲଗାଯାଇଥାଏ, ଏହାପରେ ଦୁର୍ଗାମଣ୍ଡପରେ ମହିଳାମାନେ ଏକତ୍ରୀତ ହୋଇ ନିଜ ନିଜମଧ୍ୟରେ ସିନ୍ଦୁର ଖେଳିବାର ଦୃଶ୍ୟ ଦର୍ଶକ ଓ ଭକ୍ତମାନଙ୍କ ମନ ମୋହିଥାଏ । ଚଳିତ ବର୍ଷ ପବିତ୍ର ଦଶହରା ପୂଜା ଉସôବ ଅବସରରେ ମାଲକାନଗିରି ସଦରରେ ଥିବା ଦଣ୍ଡକାରଣ୍ୟ ସର୍ବଜନୀନ ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟ ଆକର୍ଷଣ ଥିଲା ମହିଳାମାନଙ୍କ ଏହି ସିନ୍ଦୁର ଖେଳ । ଏହି ସିନ୍ଦୁର ଖେଳ ଦେଖିବାକୁ ଶତାଧିକ ମହିଳା ଓ ପୁରଷଙ୍କ ସହିତ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା । ମା’ଦୁର୍ଗାଙ୍କୁ ପ୍ରଥମେ ବନ୍ଦାପନା କରି ମା’ଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ମିଠା ଓ ପାନ ଖୁଆଇବା ସହ ନିଜ ନିଜ ମଧ୍ୟରେ ସିନ୍ଦୁର ବୋଳା ବୋଳି ହୋଇ ମହିଳାମାନେ ସିନ୍ଦୁର ଖେଳ ଖେଳିଥିଲେ । ସିନ୍ଦୁର ଖେଳ ସରିବାପରେ ମା’ଦୁର୍ଗାଙ୍କ ନିକଟରେ ଲଗାଯାଇଥିବା ସାରୁ ପତ୍ର ଭଜା ଓ ଦହିପଖାଳଭାତ ଭୋଗକୁ ସମସ୍ତ ଭକ୍ତ ମାନେ ପ୍ରସାଦ ଭାବେ ଗ୍ରହଣ କରିଥିଲେ ।