ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟରେ ଟଙ୍କା ଶୀଘ୍ର ମିଳିବ - ଉପମୁଖ୍ୟମନ୍ତ୍ରୀ
ସୁଭଦ୍ରା ଯୋଜନାରେ ବର୍ତମାନ ସୁଦ୍ଧା ଟଙ୍କା ପାଇ ନ ଥିବା ହିତାଧିକାରୀ ମାନଙ୍କର ବ୍ୟାଙ୍କ ଖାତାରେ ଖୁବ ଶୀଘ୍ର ଟଙ୍କା ପ୍ରଦାନ କରାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୋମବାର ଦିନ ଏହି ସୂଚନାଦେଇଛନ୍ତି । କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୁରଭଞ୍ଜର ବାରିପଦାରୁ ସୁଭଦ୍ରା ଯୋଜନାର ହିତାଧିକାରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ସେମାନଙ୍କର ବ୍ୟାଙ୍କ ଖାତାକୁ ପଠାଇଥିଲେ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପ୍ରଥମ କିସ୍ତିର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ପ୍ରାୟ ୬୦ ଲକ୍ଷ ମହିଳା ଏହି ଆକାଂକ୍ଷୀ ଯୋଜନାର ଲାଭ ନେଇଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ ଯେଉଁ ମାନଙ୍କୁ ଏହି ଯୋଜନାର ଲାଭ ମିଳି ପାରି ନାହିଁ , ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ସେମାନଙ୍କର ଅର୍ଥ ମିଳିବ ।