ଦିଲ୍ଲୀ ଲବିରେ ପିସିସି ସଭାପତି ଚୟନ ହେବ ନାହିଁ- ସୋଫିଆ ଫିରଦୋଷ

ଭୁବନେଶ୍ୱର:- ପିସିସି ସଭାପତି ଚୟନରେ ଆଉ ଚଳିବ ନାହିଁ ଲବି । ଦିଲ୍ଲୀ ଲବିରେ ସଭାପତି ଚୟନ ହେବ ନାହିଁ ଗ୍ରାଉଣ୍ଡରୁ ସଠିକ୍ ରିପୋର୍ଟ ନେଇ ସଭାପତି ଚୟନ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିଦେ୍ର୍ଦାଷ । ଦୀପାବଳୀ ପରେ ଏଆଇସିସି ନିଯୁକ୍ତ କରିଥିବା ୨ଜଣ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଆସିବେ । ସେମାନେ ଦଳୀୟ ନେତାଙ୍କ ସହ ଆଲୋଚନା କରି ଏଆଇସିସି ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ । ତେଣୁ ଆଶା ଉପଯୁକ୍ତ ଲୋକ ହିଁ ପିସିସି ସଭାପତି ହେବେ ସେଥିପାଇଁ ଉତ୍ସାହିତ ଅଛୁ ବୋଲି ସେ କହିଛନ୍ତି ।