ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ଦାବି

କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡଆଟିଗାଁ ପଞ୍ଚାୟତର ଆମ୍ବଗାଁ ସରକାରୀ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଦାୟିତ୍ତ୍ୱହିନତା ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେରରେ । ବିଦ୍ୟାଳୟରେ ଶିକ୍ଷକ କିଏ କେଉଁ ଦିନ ଆସିବ ତାକୁ ନେଇ ପାଳି କରି ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ପିଲାଙ୍କୁ ଠିକ ଭାବେ ପାଠ ପଢାଯାଉନଥିବା ବେଳେ କୌଣସି କାର୍ଯ୍ୟକ୍ରମକୁ ମଧ୍ୟ ଠିକ ଭାବେ ପାଳନ କରାଯାଉନାହିଁ । ଆମ୍ବଗାଁ ସରକାରୀ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟ ବାଲବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୯୯ପିଲାଙ୍କ ପାଇଁ ୪ଜଣ ଶିକ୍ଷକ ରହିଛନ୍ତି  । ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ମାଝି ଯେକୌଣସି କାର୍ଯ୍ୟକ୍ରମ ଅବା ସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆସିଥିବା ପାଣ୍ଠିକୁ ନିଜ ମନଇଛାରେ ଗ୍ରାମବାସୀ କିମ୍ଭା ସ୍କୁଲ ପରିଚାଳନା କମିଟିଙ୍କ ଅଜାଣତରେ ଖର୍ଚ୍ଚ କରୁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଏହିପରିକି ମୋଟ ୮ଟି ଶ୍ରେଣୀ ପାଇଁ ୬ଟି ଶ୍ରେଣୀ ଗୃହ ରହିଥିବା ବେଳେ ସହକାରୀ ଶିକ୍ଷକ ଗଦାଧର ନାୟକ ଗୋଟିଏ ଶ୍ରେଣୀଗୃହକୁ ନିଜ କବଜାରେ ରଖି ବାସଗୃହ ଭାବେ ରଖିଥିବା ଗ୍ରାମର ତ୍ରିଲୋଚନ ଭତରା, ଲଚମନ ଭତରା, ସନୁ ଭତରା, ଖଗେଶ ପୂଜାରୀ, ଛବିନ୍ଦ୍ର ହରିଜନ ପ୍ରମୁଖ ଅଭିଯୋଗ କରିଛନ୍ତି  । ଏନେଇ ସ୍କୁଲ ପରିଚାଳନା କମିଟି ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କ ସହ କୌଣସି ଆଲୋଚନା କଲେ ତମେ ଏମଏଲଏ ଓ ଏମପିଙ୍କ ନିକଟରେ ଯାଅ ମୋର କଣ ହେବ ବୋଲି କହୁଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଆମେ ସିଆରସିସି ବିବେକାନନ୍ଦ ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତେବେ ବିଦ୍ୟାଳୟକୁ ତାଲା ପକାଇ ଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି  ।