ସୁରକ୍ଷା ପ୍ରୋଟୋକଲ ଭାଙ୍ଗୁଛନ୍ତି ରାହୁଲ୍ : ସିଆର୍ପିଏଫ୍କୁ ନଜଣାଇ ଯାଉଛନ୍ତି ବିଦେଶ

 ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସୁରକ୍ଷା ସଂକ୍ରାନ୍ତୀୟ ପ୍ରୋଟକଲ ଭାଙ୍ଗୁଛନ୍ତି  । ସିଆରପିଏଫକୁ ନଜଣାଇ ବିଦେଶ ପଳାଉଛନ୍ତି  । ଏନେଇ ସିଆରପିଏଫ ଡିଜି (ସୁରକ୍ଷା) ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି  ଅଭିଯୋଗ କରିଛନ୍ତି  । ସିଆରପିଏଫର ଅଭିଯୋଗ ଅନୁଯାୟୀ, ସିଆରପିଏଫକୁ ନ ଜଣାଇ ରାହୁଲ ବିଦେଶ ପଳାଉଛନ୍ତି  । ପ୍ରୋଟୋକଲ ଅନୁଯାୟୀ, ଜେଡ୍ ପ୍ଲସ ବର୍ଗର ସୁରକ୍ଷିତ ବ୍ୟକ୍ତିମାନଙ୍କୁ ବିଦେଶ ଯାତ୍ରାର ଅତି କମରେ ୧୫ ଦିନ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଲିଖିତ ଭାବରେଜଣାଇବାକୁ ପଡିବ  । ଯାହାଦ୍ୱାରା ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ପାଇଁ ବିଦେଶର ସ୍ଥାନୀୟ ଏଜେନ୍ସିଗୁଡ଼ିକ ସହ ଆଲୋଚନା କରାଯାଇପାରିବ  । 
ଗତ ୯ ମାସ ମଧ୍ୟରେ ରାହୁଲ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲକୁ ଅଣଦେଖା କରି ୬ ଥର ବିଦେଶ ଗସ୍ତ କରିଛନ୍ତି  । ପ୍ରାକ୍ ସୂଚନା ଦେଉନଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସିଆରପିଏଫର ୟେଲୋ ବୁକ୍ ସୁରକ୍ଷା ନିଦେ୍ର୍ଦଶାବଳୀ ଅନେକ ଥର ଉଲ୍ଲଂଘନ କରିଛନ୍ତି ।