ସୁଶାନ୍ତ ମହାନ୍ତିଙ୍କ ସ୍ମୃତିଚାରଣ ସଭା

 ଜଟଣୀ : କ୍ରାନ୍ତିକାରୀ ଶ୍ରମିକ ନେତା ସୁଶାନ୍ତ ମହାନ୍ତିଙ୍କ ୨୪ତମ ସ୍ମୃତି ଚାରଣ ସଭା ସ୍ଥାନୀୟ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରରୁ ଅଲଗା କରି ଜଟଣୀକୁ ଏକ ସ୍ୱତନ୍ତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ କରାଯିବାକୁ ୧୯୭୨ ମସିହାରେ ସ୍ୱର୍ଗତ ସୁଶାନ୍ତ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସମ୍ପୂର୍ଣ୍ଣ କ୍ରାନ୍ତି ଆନେ୍ଦାଳନରେ ନିଜକୁ ସାମିଲ କରିବା ସହିତ ୧୯୭୫ ମସିହାରେ ଦେଶରେ ଜରୁରୀ କାଳିନ ପରିସ୍ଥିତି ଘୋଷଣାକୁ ବିରୋଧ କରି ସ୍ୱର୍ଗତ ମହାନ୍ତି ୧୯ ମାସ ମିସା ବନ୍ଦୀ ଭାବେ କାରାବରଣ କରିଥିବାର ସ୍ମୃତିଚାରଣ ସଭାରେ ଉପସ୍ଥିତ ବକ୍ତା ମତବ୍ୟକ୍ତ କରିଥିଲେ । ଜଟଣୀ ବରିଷ୍ଠ ନାଗିରକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ସଭାପତି ଅବନୀ ରାଉତରାୟଙ୍କ ପୌରହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା । ସଂପାଦକ ଜବାହରଲାଲ ସୁବୁଦ୍ଧି, ଉପସଭାପତି ଦିବାକର ମଙ୍ଗରାଜ, ସମ୍ପାଦକ ବୈଷ୍ଣବ ଚରଣ ବରାଳ, ଯୁବ ସଂଗଠକ ଅରୁଣ ମହାନ୍ତି, ଶ୍ରମିକ ନେତା ସାରଙ୍ଗଧର ବେହେରା, ଜଟଣୀ ବିକାଶ ପରିଷଦ ଉପସଭାପତି ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ଯୁବ ସଂଗଠକ ସୁଶାନ୍ତ କୁମାର ସାମନ୍ତରାୟ, ସୁଶାନ୍ତ ରାଉତ, ବୈରାଗୀ ଚରଣ ଜେନା, ବିଷ୍ଣୁପ୍ରସାଦ ଘଟୁଆରୀ, ଆଡଭୋକେଟ ଆଶୁତୋଷ ରାୟ, ହବିବୁର ରହମାନ ପ୍ରମୁଖ ସ୍ୱର୍ଗତ ସୁଶାନ୍ତ ମହାନ୍ତିଙ୍କୁ ଓଡିଶାର ଅନ୍ୟତମ ଲଢ଼ୁଆ ନେତା ଭାବେ ମତବ୍ୟକ୍ତ କରିଥିଲେ  । ଶେଷରେ ସାମାଜିକ କର୍ମୀ ବାସୁଦେବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।