ଚାନ୍ଦପୁରରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଦାବି
ଚିଲିକାରୁ ଭବାନୀ ଶଙ୍କର ନାୟକ : ପୂର୍ବରୁ ୫ନମ୍ୱର୍ ଜାତୀୟ ରାଜପଥ ଭାବେ ପରିଚିତ ବର୍ତ୍ତମାନର ପୂର୍ତ୍ତ ବିଭାଗର ରାସ୍ତା ନୟାଗଡ଼ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାର ଚାନ୍ଦପୁର ବାଇପାସ୍ ରୋଡ୍ ଠାରୁ ଟାଙ୍ଗୀ ବାଇପାସ୍ । ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ରୂପେ ପରିଚିତ ଚାନ୍ଦପୁରରେ ଏକ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସାଧାରଣରେ ଦାବି ହେଉଛି ।
ବାଣିଜି୍ୟକ ଦୃଷ୍ଟିରୁ ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ଲୋକମାନେ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଏଠାରେ ୧୮ଟି ପରିବା ଗଦି ଓ ୩୨ଟି ଫଳ ଗୋଦାମ୍ ରହିଥିବା ସ୍ଥଳେ ଅନେକ ମାତ୍ରାରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ ଶହ ଶହ ଦୋକାନ ରହିଛି । ରଣପୁର, ବେଗୁନିଆ, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର ଓ କଣାସ ବ୍ଲକ ଇତ୍ୟାଦିର ପ୍ରାୟ ୪୦ଟି ପଞ୍ଚାୟତର ଚାଷୀମାନେ ସେମାନ ସେମାନଙ୍କ ଉତ୍ପାଦିତ ପନିପରିବା ଏହି ବଜାରକୁ ଆଣି ଗଦିରେ ବିକ୍ରୟ କରିଥାନ୍ତି । ରାଜ୍ୟ ସରକାର କୃଷି ଓ କୃଷକଙ୍କ ଆର୍ଥôକ ବିକାଶ ଦିଗରେ ବହୁବିଧ ଜନକଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ସ୍ଥାନୀୟ ଅଞ୍ଚଳର ପରିବା ଚାଷୀ ସୁବିଧାରୁ ବଞ୍ଚôତ ହେଉଥିବା ଦେଖାଯାଇଛି । ଜଳସେଚନର ସୁବିଧା ନ ଥିବା ସତ୍ତ୍ୱେ ନିଜର ପ୍ରଚେଷ୍ଟାରେ ଚାଷୀ ପନିପରିବା ଚାଷ କରିଥାଏ । ମାଙ୍କଡ଼, ହାତୀଙ୍କ ଦୌରାତ୍ମ୍ୟ ପରେ ଯାହା କିଛି ସୁରକ୍ଷିତ କରିଥାଏ, ତାକୁ ଗଦିରେ ଦେଇଥାଏ । ପରିବା ଦର ଗଦି ମାଲିକ ଦ୍ୱାରା ହିଁ ସ୍ଥିର ହୋଇଥାଏ । ଫଳରେ ଅନେକ ସମୟରେ ଚାଷୀ ଉପଯୁକ୍ତ ମୂଲ୍ୟ ପାଇପାରେ ନାହିଁ । ଶୀତଳ ଭଣ୍ଡାରଟିଏ ଥିଲେ ଚାଷୀ ଏପରି ହଇରାଣ ନ ହୋଇ ଉପଯୁକ୍ତ ମୂଲ୍ୟ ପାଇପାରନ୍ତା ଓ ତା'ର ଶ୍ରମ ସାର୍ଥକ ହୋଇପାରନ୍ତା । ସରକାରୀ ପ୍ରୋତ୍ସାହନରେ ପୂର୍ବରୁ ବିଜେଡି ୨୪ବର୍ଷର ଶାସନ କାଳରେ ପରେ ବର୍ତ୍ତମାନର ଶାସକ ଦଳ ପରେ ବିଭାଗୀୟ ପ୍ରଶାସନିକ ମଧ୍ୟ ଆଜିର ଦିନରେ ଚାନ୍ଦପୁର ଠାରେ ଶୀତଳ ଭଣ୍ଡାରଟିଏ ସ୍ଥାପନ କରିବାରେ ଫେଲ ମାଗିଛନ୍ତି । ଶସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ରାଜ୍ୟର ମାନ୍ୟତା ପାଇଥିବାବେଳେ ଏହି ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛ । ଏଥିପାଇଁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ, ଜାତୀୟ ନିର୍ମାଣ ନିଗମ, କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ରାଥମିକ କୃଷି ସମଦାୟ ସମିତିଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ପାଇଲଟ୍ ପ୍ରକଳ୍ପ ଭାବେ ସମୁଦାୟ ସମିତି ଜରିଆରେ ବିଶ୍ୱର ବୃହତମ ଶସ୍ୟ ଭଣ୍ଡାର ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ୫୦୦ ରୁ ୨୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ କରାଯିବା ପାଇଁ ସ୍ଥିର ହୋଇଛି । ଚାନ୍ଦପୁର ବଜାର ଉପରେ ୪ଟି ଜିଲ୍ଲାର ଚାଷୀ ନିର୍ଭର କରୁଥିବା ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ଚାନ୍ଦପୁର ଠାରେ ଏକ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସାଧାରଣରେ ଦାବି ହେଉଛି ।