କୁଦିଆରୀ ଦଶଦୋଳ ମେଳଣ ଉଦ୍ୟାପିତ
ଜଟଣୀ : ଦୀର୍ଘ ୪୦ ବର୍ଷ ଧରି ମେଳଣ ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଦଶଦୋଳ ମେଳଣ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ବିଧିବିଧାନ ପୂର୍ବକ ଥାନପତି ଶ୍ରୀ ପତିତପାବନ ଓ ଚନ୍ଦ୍ରଶେଖର ଦେବଙ୍କୁ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ହରିବୋଲ ହୁଳହୁଳି ମଧ୍ୟରେ ସୁସଜ୍ଜିତ ହୋଇ ରହିଥିବା ଦୋଳ ବିମାନରେ ମେଳଣ ପଡିଆ ମଧ୍ୟରୁ ମନ୍ଦିର ଅଭିମୁଖେ ଘଣ୍ଟ ଘଣ୍ଟା, ଭଜନ, କୀର୍ତ୍ତନ, ଘୋଡ଼ା ନାଚ ଓ ନାଗା ନାଚର ତାଳେ ତାଳେ ନିଆଯାଇଥିଲା । ଏହି ମେଳଣ ଯାତ୍ରାରେ ଆଖପାଖ ଅଞ୍ଚଳରୁ ପ୍ରାୟ ୩୯ଟି ଠାକୁରଙ୍କ ଦୋଳ ବିମାନ ଖୁଣ୍ଟି ଲାଗି ହୋଇଥିଲେ । ମେଳଣ କମିଟିର କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହଯୋଗରେ ଦିଅଁ ମେଳଣକୁ ସୁରୁଖୁରୁ ଭାବେ ପରିଚାଳନା କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜଟଣୀ ପୁଲିସ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।