ସେଣ୍ଟ ଜାଭିୟର୍ସ ସ୍କୁଲର ବାର୍ଷିକୋତ୍ସବ

 ନିଆଳି : କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ଼ଃ କୁମର ବର ଦାସ ମୁଖ୍ୟଅତିଥି, ଭୁବନେଶ୍ୱର ସ୍ଥିତ ଜୟ ଭାରତ ନର୍ସରୀ ସ୍କୁଲର ନିଦେ୍ର୍ଦଶକ ଡ଼ଃ ଲକ୍ଷ୍ମଣ ପଣ୍ଡା ମୁଖ୍ୟବକ୍ତା, ଡିଏଭି ପବ୍ଲିକ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ଭୋଳାନାଥ ମହନ୍ତ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ଇଂ ଜ୍ୟୋତି ପ୍ରକାଶ ଲେଙ୍କା, ପରିଚାଳନା ନିଦେ୍ର୍ଦଶିକା ସରିତା ଜୟନ୍ତୀ ଲେଙ୍କା ଓ ନିଦେ୍ର୍ଦଶ ରଶ୍ମିକାନ୍ତ ବାରିକ ଉତ୍ତରୀୟ ଓ ପୁଷ୍ପବୃକ୍ଷ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଅଧ୍ୟକ୍ଷ ମିର୍ ଅବଦୁଲ କଲିମ୍ ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକୋତ୍ସବ ପାଳନ ଅବସରରେ ସ୍ଥାନୀୟ ଅଞ୍ଚଳର ଜଣେ ବହୁ ବର୍ଣ୍ଣି ପ୍ରତିଭା ଶେଖ୍ ଗୁଲଜାର୍ ହୁସେନଙ୍କୁ ଅଙ୍ଗ ବସ୍ତ୍ର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ବିବେକାନନ୍ଦ ସାହୁ ପ୍ରଶସ୍ତି ପତ୍ର ପାଠ କରିବା ସହ ବିଦ୍ୟାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉତ୍ସର୍ଗୀକୃତ ସେବା ମନୋବୃତ୍ତିର ଶିକ୍ଷିକା ଶାନ୍ତିଲତା ମହାରଣା ଓ ଅଧ୍ୟକ୍ଷ ମିର୍ ଅବଦୁଲ କଲିମ୍ଙ୍କୁ ସେମାନଙ୍କର ଅବଦାନ ପାଇଁ ଅଙ୍ଗ ବସ୍ତ୍ର ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ପଲ୍ଲବୀ ସାହୁ ମଞ୍ଚ ପରିଚାଳନା କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କୁମାରୀ ପଦ୍ମାକ୍ଷୀ ପଦ୍ମାଳୟା ଓ ମୟଙ୍କ ଜେନାଙ୍କୁ ମିସ୍ ଜୁନିଅର ଜାଭିୟର୍ସ ଓ ମିଷ୍ଟର ଜୁନିୟର ଜାଭିୟର୍ସ ଭାବେ ଘୋଷଣା କରାଯାଇ ପ୍ରୋତ୍ସାହିତ କରାଯାଇଥିଲା ।