ସିମେଣ୍ଟ ନଳିରେ ମୂକ ମଣିଷର ରାତି

ପାଣିକୋଇଲି: ରାଜପଥ ମଧ୍ୟଭାଗରେ ଅଦରକାରୀ ହୋଇ ପଡ଼ିିଛି ୩ଫୁଟ୍ ଲମ୍ବର  ଏକ ସିମେଣ୍ଟ ନଳ । ହୋକୁ ସାମାନ୍ୟ ଭାବନ୍ତୁନି ଏଥିରେ ଜଣେ କିପରି ରାତି କାଟୁଛି ତାହା କେହି ବି ବିଶ୍ୱାର କରିପାରିବକି? କିନ୍ତୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ନଳିରେ ଜଣେ ମୁକ ମଣିଷର ରାତି କଟୁଛି । ଯାହା ଜଣାପଡ଼ିଛି ଆଜକୁ ୪ମାସ ହେବ ପାଟି ଫିଟୁ ନଥିବା ମଣଷଟି ରାତି ହେଲେ ନଳି ଭିତରେ ଶୋଇରହୁଛି । ରାତି ପାହିଲେ ନଳି ଭିତରୁ ବାହାରି ପାଣିକୋଇଲି ବଜାର ବୁଲି ବୁଲି ମାଗିଯାଚି ଯାହା ମିଳୁଛି ଖାଇଥାଏ । ଠିକ୍ ସନ୍ଧ୍ୟା ହେଲେ ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଓଭରବ୍ରିଜ ଉପରକୁ ଯାଇ ସେ ନଳି ଭିତରେ ପସିଯାଏ । ୩ଫୁଟ, ୨ଫୁଟ ମୋଟେଇ ସିମେଣ୍ଟ ନଳିରେ ମୋଡିଯାକି ହୋଇ ଶୋଇଯାଇଥାଏ । ଦୁଇ ରାସ୍ତାର ମଝିରେ ପଡିଥିବା ହେତୁ ତାହା ସହଜରେ ଜାଣିହୁଏନି । ସ୍ଥାନୀୟ କିଛି ଲୋକ ଏହା ବାରମ୍ବାର ଦେଖିବାପରେ ମୁକ ମଣିଷ ପାଖରେ ପହଞ୍ଚô ପଚରା ଉଚରା କରିବା ପରେ ତାର ବାସ୍ତବ ପରିଚୟ ଜାଣିପାରି ନଥିଲେ । ମୁକ ହେତୁ ସେ କିଛି କହିପାରୁନି । ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ମୁକ ମଣିଷକୁ ଥଇଥାନ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି ।