ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ୱାର୍ଲ୍ଡକପ୍: ଅକ୍ଟୋବର ୫ରେ ଭାରତ-ପାକ୍ ଲଢ଼େଇ
ଦୁବାଇ: ସେପ୍ଟେମ୍ବର ୩୦ରୁ ଆଇସିସି ମହିଳା ଓଡିଆଇ ୱାର୍ଲ୍ଡକପ୍ ୨୦୨୫ ଆରମ୍ଭ ହେବ । ଆଉ ଏହା ୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହାର ପୂର୍ଣ୍ଣ ତାଲିକା ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଏହି ୫୦ ଓଭର୍ ବିଶିଷ୍ଟ ୱାର୍ଲ୍ଡକପ୍ର ସମସ୍ତ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ବେଳେ ଏଥରର ସହ ପ୍ରାୟୋଜକ ସାଜିଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ତେବେ ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାରିଖ ଓ ଦଳଗୁଡ଼ିକର ତାଲିକା ଅନୁସାରେ ସେପ୍ଟେମ୍ବର ୩୦ ପ୍ରଥମ ଦିନରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଭାରତ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହେବେ ।
ସେହିପରି ଅକ୍ଟୋବର ୧ରେ ଇନେ୍ଦାର୍ରେ ପୂର୍ବଥରର ଚାମ୍ପିଅନ୍ ଦଳ ଅଷ୍ଟ୍ରେଲିଆ ଏବଂ ସଦ୍ୟ ଟିଟ୍ୱେଣ୍ଟି ୱାର୍ଲ୍ଡକପ୍ ଜିତିଥିବା ମହିଳା ନୁ୍ୟଜିଲାଣ୍ଡ ଦଳ ସାମ୍ନା ସାମ୍ନି ହେବେ । ଅକ୍ଟୋବର ୨ରେ ଶ୍ରୀଲଙ୍କାର କଲମ୍ବୋରେ ବାଂଲାଦେଶ ବନାମ ପାକିସ୍ତାନ, ଅକ୍ଟୋବର ୩ରେ ବେଙ୍ଗାଲୁରୁରେ ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୪ରେ କଲମ୍ବୋରେ ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା, ଅକ୍ଟୋବର ୫ରେ କଲମ୍ବୋରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଆୟୋଜିତ ହେବ । ତେବେ ଭାରତ-ପାକିସ୍ତାନ ମ୍ୟାଚ୍ ଲାଗି କ୍ରିକେଟ୍ ପ୍ରେମୀ ଅଧିକ ଉତ୍ସାହିତ ହେଉଥିବାରୁ ଏହିଦିନ ଅଧିକ ସଂଖ୍ୟକ ଦର୍ଶକଙ୍କ ଭିଡ଼ ହେବା ଆଶଙ୍କା କରାଯାଇଛି ।
ସେହିପରି ଅକ୍ଟୋବର ୬ରେ ଇନେ୍ଦାର୍ରେ ନୁ୍ୟଜିଲାଣ୍ଡ ବନାମ ଦ.ଆଫ୍ରିକା, ଅକ୍ଟୋବର ୭ରେ ଗୌହାଟୀରେ ଇଂଲଣ୍ଡ ବନାମ ବାଂଲାଦେଶ, ଅକ୍ଟୋବର ୮ରେ କଲମ୍ବୋରେ ଅଷ୍ଟ୍ରେଲିଆ ବନାମ ପାକିସ୍ତାନ, ଅକ୍ଟୋବର ୯ରେ ବିଶାଖାପାଟଣାରେ ଭାରତ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୧୦ରେ ବିଶାଖାପାଟଣାରେ ନୁ୍ୟଜିଲ୍ୟାଣ୍ଡ ବନାମ ବାଂଲାଦେଶ, ଅକ୍ଟୋବର ୧୧ରେ ଗୌହାଟୀରେ ଇଂଲଣ୍ଡ ବନାମ ଶ୍ରୀଲଙ୍କା, ଅକ୍ଟୋବର ୧୨ରେ ବିଶାଖାପାଟଣା ଭାରତ ବନାମ ଅଷ୍ଟ୍ରେ୍ରଲିଆ, ଅକ୍ଟୋବର ୧୩ରେ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ, ଅକ୍ଟୋବର ୧୪ରେ କଲମ୍ବୋରେ ନୁ୍ୟଜିଲ୍ୟାଣ୍ଡ ବନାମ ଶ୍ରୀଲଙ୍କା, ଅକ୍ଟୋବର ୧୫ରେ କଲମ୍ବୋରେ ଇଂଲଣ୍ଡ ବନାମ ପାକିସ୍ତାନ, ଅକ୍ଟୋବର ୧୬ରେ ବିଶାଖାପାଟଣା ଅଷ୍ଟ୍ରେଲିଆ ବନାମ ବାଂଲାଦେଶ, ଅକ୍ଟୋବର ୧୭ରେ କଲମ୍ବୋରେ ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା, ଅକ୍ଟୋବର ୧୮ରେ କଲମ୍ବୋରେ ନୁ୍ୟଜିଲାଣ୍ଡ ବନାମ ପାକିସ୍ତାନ, ଅକ୍ଟୋବର ୧୯ରେ ଇନେ୍ଦାର୍ରେ ଭାରତ ବନାମ ଇଂଲଣ୍ଡ, ଅକ୍ଟୋବର ୨୦ରେ କଲମ୍ବୋରେ ଶ୍ରୀଲଙ୍କା ବନାମ ବାଂଲାଦେଶ, ଅକ୍ଟୋବର ୨୧ରେ କଲମ୍ବୋରେ ଦକ୍ଷିଣ ଆଫ୍ରିକା ବନାମ ପାକିସ୍ତାନ, ଅକ୍ଟୋବର ୨୨ରେ ଇନେ୍ଦାରରେ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଅକ୍ଟୋବର ୨୩ରେ ଗୌହାଟୀରେ ଭାରତ ବନାମ ନୁ୍ୟଜିଲାଣ୍ଡ, ଅକ୍ଟୋବର ୨୪ରେ କଲମ୍ବୋରେ ପାକିସ୍ତାନ ବନାମ ଶ୍ରୀଲଙ୍କା, ଅକ୍ଟୋବର ୨୫ରେ ଇନେ୍ଦାର୍ରେ ଅଷ୍ଟ୍ରଲିଆ ବନାମ ଶ୍ରୀଲଙ୍କା, ଅକ୍ଟୋବର ୨୬ରେ ଦୁଇଟି ସ୍ଥାନରେ ଗୌହାଟୀରେ ଇଂଲଣ୍ଡ ବନାମ ନୁ୍ୟଜିଲ୍ୟାଣ୍ଡ ଓ ବେଙ୍ଗାଲୁରୁରେ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ଅନୁଷ୍ଠିତ ହେବ ।
ସେହିପରି ୨୯ ଅକ୍ଟୋବର ଅପରାହ୍ନ ୩ଟାରେ ଗୌହାଟି କିମ୍ବା କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ପ୍ରଥମ ସେମିନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଅକ୍ଟୋବର ୩୦ରେ ଅପରାହ୍ଣ ୩ଟା ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଦ୍ୱିତୀୟ ସେମି ଫାଇନାଲ୍ ଏବଂ ନଭେମ୍ବର ୨ ଅପରାହ୍ଣ ୩ଟାରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ କିମ୍ବା କଲମ୍ବୋର ଆର୍ ପ୍ରେମଦାନା ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।