ଆନନ୍ଦ ଓ ଉଲ୍ଲାସର ସହ ରଜ ପର୍ବ ପାଳିତ

ବରୀରେ ସଞ୍ଜୀବ ସେନା ପକ୍ଷରୁ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ଧାରପୁର ପଞ୍ଚାୟତ ନାଥପୁର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଞ୍ଜୀବ ସେନାର ସଦସ୍ୟ ଗୁରୁଚରଣ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ଯୁବନେତା ସଞ୍ଜୀବ ଜେନା, ସେକ୍ ସଫିକ ଉଦ୍ଦିନ, ଦେବେନ୍ଦ୍ର ଦାସ, ସରପଞ୍ଚ ମାନସ ଜେନା, ଜିଲ୍ଲା ସଂଖ୍ୟାଲଘୁ ସଭାପତିସାବିର ଅଲ୍ଲି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣୀ ସାମଲ, ନିର୍ମଳ ଯତି, ବିଜେପି ନେତା ସୁଭେନ୍ଦୁ ମହାନ୍ତି, ଦେବେନ୍ଦ୍ର ଜେନା, ପୂର୍ବତନ ସରପଞ୍ଚ ଇନ୍ଦ୍ରମଣୀ ପରିଡା, ପ୍ରମୋଦ ସାମଲ, ମଣ୍ଡଳ ସଭାପତି ସଂଗ୍ରାମ ପଲେଇ, ପ୍ରିୟବ୍ରତ ଜେନା ପ୍ରମୁଖ ଯୋଗ ଦେଇ ସଞ୍ଜୀବସେନାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇ ସମସ୍ତେ ଏକଜୁଟ୍ ହୋଇ ବରୀର ବିକାଶ ପାଇଁ ଉଦ୍ୟମ କରନ୍ତୁ ବୋଲି ପ୍ରକାଶ କରିରଜର ପୂର୍ବର ଐତିହ୍ୟ ହଜିଯାଉଥିବା ବେଳେ ଏହାକୁ ମନେରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହୁ ବୋଲି ଅତିଥି ମାନେପ୍ରକାଶ କରିଥିଲେ । ଏହି ଉତ୍ସବରେ ପୋଡ ପୀଠା, ପାନ ଆଦି ବଣ୍ଟନ କରାଯାଇଥିଲା । ଲୋକଙ୍କ ମନୋରଞ୍ଜନ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଭିରାମ ଦାସ, ଆଶିଷ ଜେନା, ବାପୁଜି ପତି, ପ୍ରକାଶ ଯତି, କମଳାକାନ୍ତଶ୍ୟାନ୍ତି, ସଚ୍ଚିତାନନ୍ଦ ଜେନା, ମାନସ ଜେନା, ମନୋଜ ମହାପାତ, ଗୁରୁ ପଣ୍ଡା,ସୁନିଲ ଭୂୟାଁ ପ୍ରମୁଖ ପରିଚାଳନାରେ ସହଯୋଗ -କରିଥିଲେ । ସଞ୍ଜୀବ ସେନା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ବିଭିନ୍ନ ମହରୁ ସ୍ୱାଗତ କରାଯାଇଥିଲା । ଏଥିରେ ବରୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ନେତାମାନେ ଯୋଗ ଦେଇଥିଲେ ।