ଆଇପିଏଲ୍ ଫାଇନାଲରେ ଆରସିବି

 ନୂଆଦିଲ୍ଲୀ:  ଚତୁର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର  । ମୁଲାନପୁରର ମହାରାଜା ୟାଦଭିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡ଼ିୟମରେ ଆୟୋଜିତ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଅତି ସହଜରେ ପରାସ୍ତ କରି ଆରସିବି ଫାଇନାଲକୁ ଯାଇଛି  । ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ବି ଆରସିବି ଫାଇନାଲକୁ ଯାଇଥିଲା  । କିନ୍ତୁ ଏଯାବତ୍ ଆରସିବି ଆଇପିଏଲ ଚାମ୍ପିଅନ୍ ହୋଇପାରିନାହିଁ  । ଚଳିତ ଆଇପିଏଲ୍ରେ ପ୍ରଥମ ଟିମ୍ ଭାବେ ବେଙ୍ଗାଲୁର ଫାଇନାଲ୍ ପ୍ରବେଶ କରିଛି । ଘାତକ ବୋଲିଂ ଓ ଫିଲପ୍୍ ସଲ୍ଟଙ୍କ  ଅର୍ଦ୍ଧଶତକ ବାଙ୍ଗାଲୁରକୁ ବିଜୟରେ ନିର୍ଣ୍ଣୟାକ ମୋଡ ଦେଇଥିଲା । ୮ ୱିକେଟ୍ ବ୍ୟବଧାନରେ ୧୦୬ ରନ୍ କରି ଫାଇନାଲ୍ରେ ପ୍ରବେଶ କରିଛି ଆର୍ସିବି ।