ସ୍କନ୍ଦମାତା ରୂପେ ପୂଜା ପାଇଲେ ମା’ ଖମ୍ବେଶ୍ୱରୀ
ଆସିକା: ଆରମ୍ଭ ହୋଇଛି ମା ଖମ୍ବେଶ୍ୱରୀଙ୍କ ନବ ଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତା ରୂପେ ପୂଜା ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ମାନେ ଆସି ଆଜି ମା’ ଙ୍କ ଦର୍ଶନ କରିବା ସହ ଅଖଣ୍ଡ ଦୀପ ଜାଳି ଯାଉଛନ୍ତି । ମା ଖମ୍ବେଶ୍ୱରୀ ଆସିକାର ଅଧିଷ୍ଠାତ୍ରୀ ଦେବୀ ତେଣୁ ତାଙ୍କ ଠାରେ ଦୀପ ଦାନ କଲେ ମା ସବୁ ଗୁହାରି ଶୁଣନ୍ତି ବୋଲି ବିଶ୍ୱାସ ରହିଛି ।
ପ୍ରାତଃ କାଳରେ ସ୍ନାନବିଧି, ବଳଭୋଗ ଦ୍ୱାର ଫିଟାନୀତି ହୋଇ ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ନିଜର ମନସ୍କାମନା ପୂର୍ଣ ପାଇଁ ଅଖଣ୍ଡଦୀପ ମା’ ଙ୍କ ପୀଠରେ ପ୍ରଜ୍ୱଳନ କରିଛନ୍ତି । ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ଚଣ୍ଡୀ ପାଠ, ଆଚାର୍ଯ୍ୟ ଭାବେ ମହେନ୍ଦ୍ର ଶତପଥୀ ପ୍ରଚାରକ ଦାଇତ୍ୱ ତୁଲାଇଥିଲେ ସନ୍ତୋଷ ତ୍ରିପାଠୀ । ସଭାପତି ସତ୍ୟନାରାୟଣ ସ୍ୱାଇଁ, ସଭ୍ୟ ମନୋଜ ମୁନୀ, ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା କମିଟି ସଭାପତି ନିମେଇ ପାଣିଗ୍ରାହୀ, ଅରକ ବୃନ୍ଦ, ଗ୍ରାମବାସୀଙ୍କ ସହଯୋଗରେ ପୂଜାକାର୍ଯ୍ୟ ତଦାରଖ ହୋଇଥିଲା ।