ତାମିଲନାଡୁରେ ଦାଦନ ଶ୍ରମିକ ମୃତ
ଭବାନୀପାଟଣା : ପୁଣି ଆଉ ଜଣେ ଦାଦନ ଶ୍ରମିକର ଫେରୁଛି ଶବ । ପ୍ରାପ୍ତ ସୂଚନା ମତେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଚ୍ଛାଡେଙ୍ଗେନ ପଂଚାୟତର ତାଳକୁନା ଗ୍ରାମର ଅରକ୍ଷିତ ଭୋଇ(୫୮) ନିଜ ପନôୀ ଅମୃତ ଭୋଇ(୪୦)ଙ୍କୁ ସାଙ୍ଗରେ ନେଇ ତାମିଲନାଡୁକୁ ଦାଦନ ଭାବରେ କାମ କରିବାକୁ ଯାଇଥିଲେ । ସେଠାରେ ଏକ ଘର କାମରେ ନିୟୋଜିତ ଥିବାବେଳେ ତିନି ମହଲା ଉପରୁ ଖସି ପଡି ତାଙ୍କର ମୃତୁ୍ୟ ହୋଇଥିବାବେଳେ, ଏବେ ଶବକୁ ନେଇ ପନôୀ ଗାଁକୁ ଫେରୁଛନ୍ତି । ତେବେ ବିଡମ୍ବନାର ବିଷୟ ଗ୍ରୁପ୍ ଲୋନ କରିଥିବା ଅର୍ଥକୁ ଶୁଝିବାକୁ ମାସକୁ ଦରକାର ହେଉଥିଲା ପ୍ରାୟ ୨୦ ହଜାର ଟଙ୍କା । ଅରକ୍ଷିତଙ୍କ ପନôୀ ନିଜ ନାମରେ ତିନୋଟି ଓ ଅନ୍ୟ ତିନିଜଣଙ୍କ ନାମରେ ଆଉ ତିନୋଟି ଋଣ ଉଠେଇ ଏହି ଟଙ୍କା ଶୁଝୁଥିଲେ । ଏହି ଟଙ୍କା ଶୁଝିବାକୁ ଗାଁରେ ରହି ରୋଜଗାର ର ଅର୍ଥ ଯଥେଷ୍ଟ ହେଉନଥିବାରୁ ପତି,ପନôୀ ତାମିଲନାଡୁ ଯାଇ ଦାଦନ ଖଟି ଉକ୍ତ ଋଣ ଟଙ୍କା ପୈଠ କରୁଥିଲେ । କେବଳ ସେତିକି ନୁହେଁ ତାଙ୍କରି ବଡ ପୁଅ ମାନସ ମଧ୍ୟ ଘରର ଏହି ଋଣକୁ ଶୁଝିବାରେ ସହଯୋଗ କରିବା ପାଇଁ ଅନ୍ୟ କୋଉଠି ଯାଇ ଦାଦନ ଭାବରେ କାମ କରୁଛି । ଏପଟେ ସାନପୁଅ ଚୈତନ୍ୟ (୧୦) ସଂପର୍କୀୟଙ୍କ ଘରେ ଏକୁଟିଆ ରହୁଥିବାବେଳେ, ସେ ବି ପରିବାରର ଅନୁପସ୍ଥିିତିରେ ପାଠ ପଢିବା ଛାଡି ଦେଇଛି । ଘରର ମୁଖିଆ ଅରକ୍ଷିତଙ୍କ ଏହି ମୃତୁ୍ୟ ପରେ ନିଜ ପନôୀ ସ୍ୱାମୀଙ୍କ ଶବକୁ ନେଇ ଫେରୁଛନ୍ତି । ଏହି ଖବର ପ୍ରଚାର ହେବା ପରେ ଗୋଚ୍ଛାଡେଙ୍ଗେନ ଅଂଚଳରେ ଏକ ପ୍ରକାର ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ଏହି ପରିବାରକୁ ସହାୟତା କରିବାକୁ ଜିଲ୍ଲା ପ୍ରଶାସନକୁ ଅଂଚଳବାସୀ ଦାବି କରିଛନ୍ତି ।