ସ୍କାଉଟ ଗାଇଡ ପ୍ରାକ୍ ରାଜ୍ୟପୁରସ୍କାର ତାଲିମ ଶିବିର
ଆସିକା : ଭାରତ ସ୍କାଉଟ ଗାଇଡ଼ ରାଜ୍ୟପାଳ ପୁରସ୍କାର ପରୀକ୍ଷା ସକାଶେ ପ୍ରାକ୍ ତାଲିମ ଶିବିର ଆସିକା ହରିହର ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର, ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଆରୀୟାନ ପବ୍ଲିକ ସ୍କୁଲ, ହରିହର ଉଚ୍ଚ ବିଦ୍ୟାଳୟ, ଡିପଲ ସ୍କୁଲ, ଜଗମୋହନ ୟୁଯି ହାଇସ୍କୁଲ ଆଦି ବିଦ୍ୟାଳୟର ୧୭୦ରୁ ଊଦ୍ଧ୍ୱର୍ ସ୍କାଉଟ ଗାଇଡ୍ ଉପସ୍ଥିତ ଥିଲେ । ଏହି ଶିବିରରେ ପ୍ରଥମେ ସ୍କାଉଟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ସ୍କାଉଟ ଇତିହାସ, ସ୍କାଉଟ ଗାଇଡ୍ଲ, ସ୍କାଉଟ ଗାଇଡ଼ ପ୍ରମିସ, ମୋଟୋ, ଝଣ୍ଡା ଗୀତ, ପ୍ରାଥନା, ଫାଷ୍ଟଏଡ଼,ନଟିଙ୍ଗ, ଏଷ୍ଟିମେଶନ ଆଦି ବିଷୟରେ ତାଲିମ ଦିଆଯାଇଥିଲା । ଏହି ଶିବିରରେ ପ୍ରଶିକ୍ଷକ ଭାବେ ରାଜ୍ୟ ସଦସ୍ୟ ଭାସ୍କର ରଣା ସ୍କାଉଟ ଗାଇଡ଼ମାନଙ୍କୁ ତାଲିମ ଦେଇଥିଲେ । ଏହି ଶିବିରକୁ ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ସହକାରୀ ଅର୍ଗାନାଇଜିଙ୍ଗ କମିସନର ଧୀର ସମୀର ପାଣିଗ୍ରାହୀ, ସହକାରୀ ଜିଲ୍ଲା ତାଲିମ କମିଶନର ଅରୁଣ ପଟ୍ଟନାୟକ, ମନୋରଞ୍ଜନ ରଥ, ଶୁଭେନ୍ଦୁ ମିଶ୍ର,ସନ୍ତୋଷ କୁମାର ସ୍ୱାଇଁ, କାଳୁଚରଣ ସ୍ୱାଇଁ ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଲୀନା କୁମାରୀ ସ୍ୱାଇଁ, ଗୀତାଞ୍ଜଳି ସାବତ, ଭାରତୀ କୁମାରୀ ଷଡ଼ଙ୍ଗୀ, ନର୍ମଦା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।