ସ୍କୁଲ୍ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ 

 ନିଳଗିରି : ଦକ୍ଷିଣ ନରସିଂହପୁର ପଞ୍ଚାୟତରେ ଥିବା ଗୋବିନ୍ଦପୁର ଉନିତ ଉଚ୍ଚ ବିଦ୍ୟାଳୟରୁ ଦୁର୍ବୃତ୍ତମାନେ ସ୍କୁଲ୍ ଅଫିସ ଘରର ତାଲା ଭାଙ୍ଗି ପରେ ଗଡରେଜ୍ ଭାଙ୍ଗି ନଗଦ ତିନି ହଜାର ଟଙ୍କା ସହ ସରକାରୀ କାଗଜପତ୍ର ନେଇ ଥିବା ବେଳେ, ସାତଟି ସିଲିଂ ଫ୍ୟାନ, ଏକ ଟୁଲ ମୋଟର, ଏକ ସମର ସେଲ୍ ମୋଟର, ଏକ ଜେନ୍ ମେସିନ ଚୋରି ହୋଇଥିବାର ସହକାରୀ ଶିକ୍ଷକ ସୋନ୍ତୋଷ କୁମାର ନାୟକ ନିଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଏଏସ୍ଆଇ ଭାଗବତ ରାଉତ ଘଟଣାର ତଦନ୍ତ ଜାରି ରଖିଛନ୍ତି ।