ବାଇକ ଦୁର୍ଘଟଣାରେ ବାପା ଓ ଝିଅ ମୃତ, ପୁଅ ଗୁରୁତର 

 କପ୍ତିପଦା  : ମାତ୍ର କେଇ ମିନିଟ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ । ମହୁଲ ଗଛରେ ବାଇକ ବାଡେଇ ହେବାରୁ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କପ୍ତିପଦା ବ୍ଲକ ଶରତ ଥାନା ଅଞ୍ଚଳର କଳମଗଡିଆ ପଞ୍ଚାୟତ ରୁଗୁଡ଼ି ଛକ ନିକଟରେ, ଗତକାଲି ରୁଗୁଡ଼ି ଗ୍ରାମର କୁମାର ମାରାଣ୍ଡି(୩୬) ସାଲଗ ମାରାଣ୍ଡି (୧୧)ରୁଇଦାସ ମାରାଣ୍ଡି (୮)କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ଝିଅକୁ ନେବା ପାଇଁ ଆସିଥିଲେ । ଝିଅକୁ ନେବାକୁ ଆସିଥିବା ବେଳେ ସାଙ୍ଗରେ ନିଜ ପୁଅକୁ ମଧ୍ୟ ଘରୁ ନେଇ ଆସିଥିଲେ ରୁହିଦାସ ହଷ୍ଟେଲରୁ ଝିଅକୁ ନେଇ ସମସ୍ତେ ଏକ ବାଇକରେ ଘରକୁ ଫେରୁଥିବା ବେଳେ ରୁଗୁଡ଼ି ଗ୍ରାମ ପହଂଚିବାକୁ ଆଉ ମାତ୍ର କେଇ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ମହୁଲ ଗଛରେ ବାଡେଇ ହୋଇଥିଲା ବାଇକ । ଯେଉଁଥିରେ ଗାଡ଼ିରେ ଥିବା ବାପା, ପୁଅ ଏବଂ ଝିଅ ସମସ୍ତେ ଛିଟିକି ପଡ଼ିଥିଲେ । ଏବଂ ଘଟଣାସ୍ଥଳରେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡିର ମୃତୁ୍ୟ ହୋଇଥିଲା । ପୁଅ ରୁଇଦାସ ମାରାଣ୍ଡି ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିସôା କରାଯିବା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନଂ ୩୪/୨୫ରେ ମକଦମା ରୁଜୁ କରି ଉଦଳା ଠାରେ ଶବବ୍ୟବେଛଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି  ।