ସ୍ତ୍ରୀ ଓ ଶିଶୁପୁତ୍ର ନିଖୋଜ
ନୀଳଗିରି: ବଜାରକୁ ନାକ ଫୁଲ ସଜାଡିବାକୁ ଯାଇ ଆଉ ଫେରିନାହାନ୍ତି ସ୍ତ୍ରୀ ଓ ଶିଶୁପୁତ୍ର । ଏ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ । ଖବରରୁ ପ୍ରକାଶ ଯେ, ନୀଳଗିରି ଥାନା ଅନ୍ତର୍ଗତ ସିମୁଳିଆ ଗ୍ରାମର ରବୀନ୍ଦ୍ର ତିୱାରି ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ପରେ ବାଣପୁର ଗ୍ରାମ ବହରସାହିର ଗଙ୍ଗା ମିର୍ଦ୍ଧାର ବଡ ଝିଅ ରଶ୍ମି ମିର୍ଦ୍ଧା (୨୬)କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କର ୩ ବର୍ଷର ଏକ ଶିଶୁ ପୁତ୍ର ରହିଛି । ତେବେ ଗତ ୧୧ତାରିଖ ଅପରାହ୍ନ ୪ଘଟିକା ସମୟରେ ଶିଶୁ ପୁତ୍ରକୁ ସାଥିରେ ନେଇ ବଜାରକୁ ନାକ ଫୁଲ ସଜାଡିବାକୁ ଆସି ଆଉ ଫେରି ନଥିଲେ ସ୍ତ୍ରୀ ରଶ୍ମି ମିର୍ଦ୍ଧା । ବନ୍ଧୁ ପରିଜନଙ୍କ ଘରେ ବହୁ ଖୋଜା ଖୋଜି କରିବା ପରେ ନିରାଶ ହୋଇ ଥାନାରେ ଦ୍ୱାରାସ୍ଥ ହୋଇଥିଲେ । ଅଦ୍ୟାବଧି ସ୍ତ୍ରୀ ଓ ପୁତ୍ରକୁ ଖୋଜି ଖୋଜି ଆଖିରୁ ଲୁହ ଗଡାÿଉଛନ୍ତି ରବୀନ୍ଦ୍ର । ନୀଳଗିରି ପୁଲିସ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଓ ଶିଶୁ ପୁତ୍ରକୁ ଖୋଜି ବାହାର କରିପାରି ନଥିବା ବେଳେ ଖୁବଶୀଘ୍ର ଖୋଜି ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଜୟପ୍ରକାଶ ଶ୍ରେଷ୍ଠ ପାଣି ପଞ୍ଚାୟତ
ାା ପ୍ରଭାନୁ୍ୟଜ ।ା ନୀଳଗିରି,୭ା୧: ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗରେ ଥିବା ଧୋବାଘାଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜୟପ୍ରକାଶ ପାଣି ପଞ୍ଚାୟତକୁ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଶ୍ରେଷ୍ଠ ପାଣିପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି । ପାଣି ପଞ୍ଚାୟତର ସଭାପତି ଗଙ୍ଗାଧର ମିଶ୍ର, ସମ୍ପାଦକ ସୁରେଶ ଦାସ, କୋଷାଧ୍ୟକ୍ଷ ମନ୍ମଥ ବେହେରା ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଅତିଥିଙ୍କ ଠାରୁ କପ୍ ସହ ପଚାଶ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି । ଏଥିପାଇଁ ଜୟ ପ୍ରକାଶ ପାଣି ପଞ୍ଚାୟତର ସମସ୍ତ ସଭ୍ୟ, ଚାଷୀ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସଭାପତି ଗଙ୍ଗାଧର ମିଶ୍ର ଧନ୍ୟବାଦ ଜଣାଇଛନ୍ତି ।
ନୂତନ ଆଇଆଇସିଙ୍କ ଯୋଗଦାନ
ାା ପ୍ରଭାନୁ୍ୟଜ ।ା କଟକ, ୭ା୧: କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଅନ୍ତର୍ଗତ କଟକ ସଦର ଥାନାର ନୂତନ ଆଇଆଇସି ଭାବେ ଓମ୍ ପ୍ରକାଶ ମହାନ୍ତି ଯୋଗଦାନ କରିଛନ୍ତି । ପୂର୍ବରୁ ସେ ପାହାଳ ଥାନାରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରି ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇ ଜଗତପୁର ଥାନାର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । କମିଶନରେଟ ପୁଲିସଙ୍କ ନିଦେ୍ର୍ଦଶକ୍ରମେ ତାଙ୍କୁ ସଦର ଥାନାକୁ ବଦଳି କରାଯିବା ପରେ ଆଜି ଶ୍ରୀ ମହାନ୍ତି ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ସେ ଜୋନ ଏସସିପି ଅମିତାଭ ମହାପାତ୍ରଙ୍କ ସମେତ ବିଭାଗୀୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ସଦର ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟରଖିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରାଥମିକତା ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର,୭ା୧: ବାଲିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାବିଂଶତିତମ୍ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ରେମୁଣା ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କାଞ୍ଚନବାଳା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇ ସମୟାନୁବର୍ତ୍ତିତା ଶୃଙ୍ଖଳା ଓ ଦେଶ ସେବା ଜଣେ ଛାତ୍ରକୁ ଆଦର୍ଶ କରି ଗଢି ତୋଳେ ବୋଲି ମାର୍ଗଦର୍ଶନ କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରବିନାରାୟଣ ଶତପଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗ ଦେଇଥିବାବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା "ଶାମୁକା’ ଓ ବାର୍ଷିକ ମୁଖପତ୍ର "ସମର୍ପଣ’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର କରିଥିଲେ । ପରେ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।