ଦୁର୍ଘଟଣାରେ ୧ ମୃତ ୬ ଆହତ
କୋଣାର୍କ : ପୁରୀ-କୋଣାର୍କର୍ ଚନ୍ଦ୍ରଭାଗା ନିକଟରେ ସଡକ ଦୂର୍ଘଟଣାରେ ୬ଜଣ ପର୍ଯ୍ୟଟକ ଆହତ ହୋଇଥିବାବେଳେ ଜଣେ ଉଦ୍ଧାରକାରୀ ଯୁବକର ମୃତୁ୍ୟ ଘଟିଛି । ପୂର୍ବାହ୍ନରେ ଯାତ୍ରୀବାହୀ କାର(ଓଆର୧୩ଜି୧୬୭୭)ରେ ବିଶାଖାପାଟଣାର ପର୍ଯ୍ୟଟକ ଜଗନ୍ନାଥ ଦର୍ଶନ ସାରି ପୁରୀରୁ କୋଣାର୍କ ବୁଲିବାକୁ ଆସୁଥିବା ସମୟରେ ଚନ୍ଦ୍ରଭାଗା ନିକଟ ବେଳାମାର୍ଗ ରେ ୩୩କେଭି ବିଦୁ୍ୟତ୍ ଖୁଣ୍ଟିରେ ଧକ୍କା ହୋଇଥିଲା । ଏଥିରେ ଚାଳକଙ୍କ ସମେତ ୬ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ବେଳେ ଜଗତସିଂହପୁର ନାଉଗାଁରୁ କୋଣାର୍କ ବୁଲିବାକୁ ଆସିଥିବା ରଞ୍ଜିତ ପଢ଼ିଆରୀ ଚାଳକକୁ ଉଦ୍ଧାର ସମୟରେ ବିଦୁ୍ୟତ୍ ଖୁଣ୍ଟ ସଂସ୍ପର୍ଶରେ ଆସି ମୃତୁ୍ୟ ହୋଇଥିଲା । ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ଆହତମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲା । କୋଣାର୍କ ପୁଲିସ ଗାଡ଼ି ଜବତ କରିବା ସହ ମାମଲା ରୁଜୁ କରାଯାଇ ତଦନ୍ତ ଚଲାଇଥିବା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି