ସ୍ୱଚ୍ଛତା ଅଭିଯାନ

 କଟକ : ଓଡ଼ିଆ ପକ୍ଷ ପାଳନ ଅବସରରେ କଟକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲାର ବିଭିନ୍ନ ଦେବାଳୟ ଓ ଐତିହ୍ୟ ସ୍ଥଳୀମାନଙ୍କରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ମାନଙ୍କ ଦ୍ୱାରା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଐତିହ୍ୟ ସ୍ଥାନମାନଙ୍କରେ ସ୍ୱଚ୍ଛତା ଅବଲମ୍ବନ ସହ ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାର ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ୱ ଦିଆଯାଇ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶାସନିକ ସ୍ତରରେ ସୂଚନା ଦିଆଯାଇଛି । ଏଥିସହ ବିଭିନ୍ନ ବ୍ଲକ ସମ୍ମୁଖରେ ମଧ୍ୟ ଆଜି ଠାରୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।