ସାଲେପୁର ସ୍ପୋର୍ଟସ ଏକାଡେମୀ ଫୁଟବଲ୍ ପ୍ରତିଯୋଗିତା : ପ୍ରଥମ ସେମିଫାଇନାଲ୍ କଟକ- ଚୌଦ୍ୱାର ମଧ୍ୟରେ ହେବ

ସାଲେପୁର : ସାଲେପୁର ସ୍ପୋଟର୍୍ସ ଏକାଡେମୀ ପକ୍ଷରୁ ସାଲେପୁର ହାଇସ୍କୁଲ ଖେଳପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ଦିନ ଖେଳ  ୟଙ୍ଗ ଉକ୍ରଳ କଟକ ଓ ଆସଗା କ୍ଲବ୍ କିଶନନଗର  ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଚିତ୍ତାକର୍ଷକ ଖେଳରେ କଟକ ଟିମ୍ ୧-୦ଗୋଲରେ କିଶନନଗରକୁ ହରାଇ ବିଜୟୀ ହୋଇ ଆସନ୍ତା ୨୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ ଖେଳରେ ୱାଇଏଫ୍ସି ଚୌଦ୍ୱାରକୁ ଭେଟିବ । ଆଜିର ଏହି ଖେଳରେ ସାଲେପୁର ଫାର୍ମାସୀ କଲେଜର ଅଧ୍ୟକ୍ଷ ଡଃ ପ୍ରବୀର କୁମାର ସିହ୍ନାମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରଦୀପ୍ତ କୁମାର କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଖେଳକୁ  ଅବଦୁଲ ମାର୍ଟିନ୍, ସେକ୍ ହୟାତ୍, ଟୁକୁନା ଭୋଇ ଖେଳ ପରିଚାଳନା କରିଥିବାବେଳେ ରସାନନ୍ଦ ସାମଲ ଚତୁର୍ଥ ରେଫରୀ ଭାବେ ନିଜର କାର୍ଯ୍ୟ ସଂପାଦନ କରିଥିଲେ । ଆଜିର ଏହି ଖେଳକୁ ସାଲେପୁର ସ୍ପୋର୍ଟସ ଏକାଡେମୀର ସଭାପତି ପ୍ରଦୀପ୍ତ କର, ସଂପାଦକ ରାଜେଶ ଭୂୟାଁ, ପ୍ରସନ୍ନ କୁମାର ମଲ୍ଲ, ରମେଶ ଚନ୍ଦ୍ର ନାୟକ, ସୁରେନ୍ଦ୍ର ବେହେରା, ଭାସ୍କର ସେଠୀ, ଗୋପବନ୍ଧୁ ଭୂୟାଁ, ବିଶ୍ୱଜିତ୍ ଭୂୟାଁ, ଅଶୋକ କୁମାର ସେଠୀ, ମଦନ ମୋହନ ଜେନାଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ଏହି ଉଦ୍ଘାଟନୀ ମ୍ୟାଚ୍କୁ ପରିଚାଳନା କରିଥିଲେ । ଆସନ୍ତା କାଲିର ଖେଳ କେବିଏଫ୍ସି ଚାଉଳିଆଗଞ୍ଜ ଓ ୟୁବିସି ଭୀମରାଜପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।