ଦୋକାନକୁ ଧକ୍କା ଦେଲା କାର୍

କଟକ: ଭାରସାମ୍ୟ ହରାଇ ଦୋକାନକୁ ଧକ୍କା ଦେଲା କାର୍ । ପ୍ରକାଶ ଯେ, ଗତ ସୋମବାର ଭୋର ସମୟରେ ୩ଜଣ ଯୁବକ ଏକ କାର ଯୋଗେ ପୁରୀ ଯାଉଥିବାବେଳେ ଖଇରା ବି୍ରଜରୁ ଜଗତପୁର ଗୋଲେଇଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଦୋକାନକୁ ଧକ୍କା ଦେଇଥିଲା । ଯାହାଫଳରେ କାର୍ ଡ୍ରାଇଭରଙ୍କ ସହିତ ୨ଜଣ ଗୁରୁତର ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ଚିକତ୍ସା ପାଇଁ ପଠାଇଥିଲେ । ତେବେ କାର୍ଟି ଦ୍ରୁତଗତି ଯାଉଥିବା ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।