ନିପୁଣ ଓଡିଶା କାର୍ଯ୍ୟକ୍ରମ 

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ୍ କାଦୁଆ ପଞ୍ଚାୟତ ଅନ୍ତର୍ଗତ କାଦୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶାର ସ୍ଥାନୀୟ ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଓଡିଶା ସରକାରଙ୍କ ସହାୟତା ଓ ୟୁନିସେଫ ତଥା ୟଙ୍ଗ ଇଣ୍ଡିଆ ଆନୁକୁଲ୍ୟରେ ବିଭିନ୍ନ ଗୋଷ୍ଠୀ ବେତାର କେନ୍ଦ୍ର ପକ୍ଷରୁ ପ୍ରସାରିତ କାର୍ଯ୍ୟକ୍ରମର ଚତୁର୍ଥ ଭାଗଟି ସ୍ଥାନୀୟ ଜିରିଡାମାଳୀଠାରେ ଥିବା ରେଡିଓ ବସୁଧା ୯୦ ଗୋଷ୍ଠୀ ବେତାର କେନ୍ଦ୍ର ମାଧ୍ୟମରେ ପ୍ରସାରିତ କରାଯାଇଥିଲା । କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ, ଏସଏମସି ଏବଂ ବିଭିନ୍ନ ଗୋଷ୍ଠୀମାନଙ୍କୁ ନେଇ ପରିବେଷଣ କରାଯାଇଥିବାବେଳେ ଏହାକୁ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଏସଏମସିଓ ଅଭିଭାବକ ଅଭିଭାବକମାନେ ଶୁଣିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଏସଏମସି ସଦସ୍ୟ, ବିଦ୍ୟାଳୟ ସଭାପତି ସୁବାସ ଚନ୍ଦ୍ର ସାହୁ, ସଞ୍ଜୁଲତା ପରିଡା, ସୁଭଦ୍ରା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଅବନ୍ତି ଦେଇ, ସହକାରୀ ଶିକ୍ଷକଶିକ୍ଷୟିତ୍ରୀ ଭଗବତୀ ଦଳେଇ, ଅନୀତା ସେଠୀ, ସୁଜାତା ବିଶ୍ୱାଳ, ରଞ୍ଜିତା ସାହୁ ଓ ଅନେକ ଅଭିଭାବକ ଅଭିଭାବିକା ତଥା ପ୍ରଥମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ରେଡ଼ିଓ ବସୁଧାର କାର୍ଯ୍ୟକ୍ରମ ନିଷ୍ପାଦକ ସତ୍ୟଭାମା ହୋତା ଓ ସୁରେଶ ପ୍ରସାଦ ମିଶ୍ର ରେଡ଼ିଓରେ କାର୍ଯ୍ୟକ୍ରମଟିକୁ ପ୍ରସ୍ତୁତ କରିଥିବା ବେଳେ ଅନ୍ୟକଳାକାରମାନେ ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମଟି ରେଡ଼ିଓ ବସୁଧାର ମୁଖ୍ୟ ନିଦେ୍ର୍ଦଶକ ଶିଶିର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବ ।ବେଳେ ବସୁଧାର କାର୍ଯ୍ୟକ୍ରମ ପରିଚାଳକ ବାଦଲ ମହାନ୍ତି, ଦୀପକ ରଞ୍ଜନ ମିଶ୍ର ଓ ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।