ରକ୍ତଦାତାଙ୍କୁ ହେଲମେଟ୍ ପ୍ରଦାନ
କଟକ: ଖରାଦିନ ଆରମ୍ଭରୁ ରକ୍ତ ଭଣ୍ଡାରରେ ଦେଖାଦେଲାଣି ରକ୍ତର ଅଭାବ । ଏହି ରକ୍ତ ଅଭାବ ଦୂର କରିବା ପାଇଁ ସ୍ଥାନୀୟ ଦିୱାନବଜାର ସ୍ଥିତ ଇଗଲ କ୍ଲବ ପକ୍ଷରୁ ନିଆରା ଢ଼ଙ୍ଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରକ୍ତଦାନ କରୁଥିବା ସମସ୍ତ ରକ୍ତଦାତାଙ୍କୁ କ୍ଲବ ପକ୍ଷରୁ ହେଲମେଟ ପ୍ରଦାନ କରାଯାଇଛି । ଯେହେତୁ ରକ୍ତଦାତାମାନେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଉଛନ୍ତି, ସେଥିପାଇଁ ତାଙ୍କ ଜୀବନ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ହେଲମେଟ ଦେଉଥିବା କଥା କ୍ଲବ ସଦସ୍ୟମାନେ କହିଛନ୍ତି ।