ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ସହାୟତାର ଗୁହାରି

 ବଡ଼ସାହି : ବଡ଼ସାହି ନିର୍ବାଚନ ମଣ୍ଡଳୀ ତଥା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଯୋଗିନୂଆଗାଁ  ଗ୍ରାମ ପଞ୍ଚାୟତର କଇଁଫୁଲିଆ ଗ୍ରାମର ସ୍ୱର୍ଗତଃ ନିତାଇ ମହାନ୍ତଙ୍କର ସ୍ତ୍ରୀ ଚନ୍ଦ୍ର ବେତନଟୀ ବ୍ଲକ୍  କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପାଇଁ ବିଧାୟକ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଗୁହାରି କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ସ୍ୱାମୀ ନିତାଇ ମହାନ୍ତଙ୍କର ଗତ ୧୬ ତାରିଖ ଦିନ ବାରିପଦା ମୁଖ୍ୟ ଚିକତ୍ସାଳୟରେ ମୃତୁ୍ୟ ଘଟିଥିବାବେଳେ ଚନ୍ଦ୍ର ନିଜେ ଶତକଡା ୮୦ ଭାଗ ଶାରୀରିକ ବିକଳାଙ୍ଗ ।  ନିଜେ ବିଛଣାରୁ ଉଠିପାରନ୍ତି ନାହିଁ । ତାଙ୍କର ଏକ ମାତ୍ର ପୁଅ ଲଳିତ କୁମାର ମହାନ୍ତ ମାନସିକ ବିକଳାଙ୍ଗ ହୋଇଥିବାରୁ  ଶିକ୍ଷା ଗ୍ରହଣ କରିନାହାନ୍ତି । ଦୁଃଖ ଏବଂ ପରିତାପର ବିଷୟ ଯେ, ନିଜର ଘରଡିହ ଟିଏ ମଧ୍ୟ ନାହିଁ । ତାଙ୍କର ସ୍ୱାମୀ ପରିବାରର ଏକ ଖଟିଖିଆ ରୋଜଗାରିଆ ଥିଲେ । ତାଙ୍କ ମୃତୁ୍ୟ ପରେ ଚନ୍ଦ୍ର ସମ୍ପୂର୍ଣ୍ଣ ନିରାଶ୍ରୟା ଓ ବେସାହାରା ହୋଇ ଭାଙ୍ଗି ପଡିଛନ୍ତି । ତାଙ୍କ ସ୍ୱାମୀର ଦଶାହ କ୍ରିୟାରେ ବିଧାୟକଙ୍କୁ ଯୋଗଦେବା ପାଇଁ ଅନୁରୋଧ କରି ସମସ୍ତ ଖର୍ଚ୍ଚ ବହନ କରିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହିତ ତାଙ୍କୁ ଗୋଟିଏ ଘରଡିହ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତୀୟ ରେଡ୍କ୍ରସ ସୋସାଇଟିର ଭାଇସ ପ୍ୟାଟ୍ରୋନ ସ୍ୱେଚ୍ଛାସେବୀ ଡ଼କ୍ଟର ରମାକାନ୍ତ ମହାନ୍ତ ନିଜ ପକ୍ଷରୁ ଉକ୍ତ ଦୁଃଖିନୀକୁ ଶ୍ରାଦ୍ଧକ୍ରିୟା ପାଇଁ  କିଛି ଆର୍ଥôକ ସହଯୋଗ କରିଛନ୍ତି ଏବଂ  ଆଗ୍ରହୀ ସହୃଦୟ ବଦାନ୍ୟ ବ୍ୟକ୍ତିମାନେ ଏହି ନଂ୭୯୭୮୬୭୬୯୮୮ରେ ଯୋଗାଯୋଗ କରି ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି ।