ଓୟୁଟିଆର ଦ୍ୱିତୀୟ ସମାବର୍ତ୍ତନ ଉସବ ଅନୁଷ୍ଠିତ
ଭୁବନେଶ୍ୱର : ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଗଠନରେ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଭୁବନେଶ୍ୱରସ୍ଥିତ ରେଳବାଇ ଅଡିଟୋରିୟମଠାରେ ଅନୁଷ୍ଠିତ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱ ବିଦ୍ୟାଳୟ (ଓୟୁଟିଆର)ର ଦ୍ୱିତୀୟ ସମାବର୍ତ୍ତନ ଉସôବରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି । ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ସମାବର୍ତ୍ତନ ଉସôବ କେବଳ ଅନୁଷ୍ଠାନ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଂଣ୍ଟ ନୁହେଁ ବରଂ ଏହା ବିଶ୍ୱ ବିଦ୍ୟାଳୟର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଓୟୁଟିଆର ନିରନ୍ତର ଭାବେ ପ୍ରଯୁକ୍ତି ବିଦ୍ୟା, ନବସୃଜନ, ଗବେଷଣା ଏବଂ ବିକାଶକୁ ପ୍ରୋସôାହିତ କରିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି । ଏଆଇ ପାଠ୍ୟକ୍ରମକୁ ଅନ୍ତର୍ଭୂକ୍ତ କରି ବିଶ୍ୱବିଦ୍ୟାଳୟ କେବଳ ନବୀନତମ ପ୍ରଯୁକ୍ତିବିଦ୍ୟା ଧାରା ସହିତ ନିଜକୁ ସମନ୍ୱିତ କରିନାହିଁ, ବରଂ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବା ପାଇଁ ଶିକ୍ଷା ମଡେଲକୁ ଗ୍ରହଣ କରିଛି । ଓୟୁଟିଆର ନୂଆ ଜାତୀୟ ଶିକ୍ଷାନୀତିର ମାନଦଣ୍ଡକୁ ପ୍ରତିଫଳିତ କରିବା ପାଇଁ ପ୍ରତିବଦ୍ଧତା ଦେଖାଇଛି ଯାହାକି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଯେକୌଣସି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିବ ।
ଏହି ସମାରୋହରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଯାହା ଫଳରେ ଓଡ଼ିଶା ଜାତୀୟସ୍ତରରେ ବହୁ ଆଗକୁ ଯାଉଛି । ଯୁବ ବର୍ଗକୁ ସାମାଜିକ ଓ ଆର୍ଥିକଭାବେ ସୁଦୃଢ଼ କରି କୁଶଳୀ ଓ ଦକ୍ଷ କରିବାକୁ ସରକାର ବହୁବଧ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ । ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଟି.ଜି ସିତାରାମ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଓୟୁଟିଆରର ଭାଇସ୍ ଚାନ୍ସେଲର ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିବରଣୀ ଉପସ୍ଥାପନ କରିଥିଲେ ।