ସ୍କୁଲ କର୍ମଚାରୀଙ୍କ ବିୟୋଗରେ ଶୋକ
ବଡ଼ସାହି : ବଡ଼ସାହି ବ୍ଲକ ଅନ୍ତର୍ଗତ ଶାଳଗାଁ ଗ୍ରାମର ପଞ୍ଚାୟତ ହାଇସ୍କୁଲର କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଜୟ କୁମାର ସାହୁ(୫୭)ଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ସେ ଯକୃତ ଜନିତ ରୋଗରେ ପୀଡିତ ଥିଲେ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଛାତ୍ର ବତ୍ସଳ ବ୍ୟକ୍ତି ଥିଲେ । ତେବେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ସାହୁଙ୍କର ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗକୁ ସ୍ୱାନ୍ତନା ପ୍ରଦାନ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସ୍କୁଲରେ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ବିୟୋଗରେ ସ୍କୁଲର ଅପୂରଣୀୟ କ୍ଷତି ଘଟିଲା ବୋଲି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା କହିଛନ୍ତି ।