ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ସାଲେପୁର : ଖରା ଦିନରେ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଚିତ୍ରୋତ୍ପଳା ସୋସିଆଲ୍ ଆଣ୍ଡ କଲ୍ଚରାଲ୍ ଡେଭେଲପେମେଣ୍ଟଟ୍ରଷ୍ଟ୍, ସାଲେପୁର ଓ ମା’ ବୁଢ଼ୀ ଦକ୍ଷିଣେଇ ପୂଜା କମିଟି, ନଇଗୁଆଁ ମିିଳିତ ଆନୁକୂଲ୍ୟରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ନଇଗୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତ କେନ୍ଦ୍ର, କଟକର ନିଦେ୍ର୍ଦଶକ ଡା ଚନ୍ଦ୍ରିକା ପ୍ରସାଦ ଦାସ ଏହାକୁ ଆନୁଷ୍ଠିକ ଭାବରେ ଉଦ୍ଘାଟନ କରିଥିଲେ । ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ହଳଧର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଅତିଥିମାନଙ୍କ ସହ ନୃସିଂହ ଚରଣ ସାହୁ, ବିଶ୍ୱନାଥ ସାହୁ, ପ୍ରଶାନ୍ତ କୁମାର ଦାଶ, ସୁଷମା ପଣ୍ଡା, ସୟଦ ମହମଦ ଅଲି, ନିରଞ୍ଜନ ପଲାଇ ଓ ବିଶ୍ୱରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମୋଟ୍ ୫୦ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଶିବିରରୁ କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତଭଣ୍ଡାର ପକ୍ଷରୁ ଡ. ରାମ ପ୍ରସାଦ ରାୟ, ସନ୍ଦୀପ ସ୍ୱାଇଁ ଓ ପ୍ରସନ୍ନ ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଚିତ୍ରୋତ୍ପଳା ସୋସିଆଲ୍ ଆଣ୍ଡ କଲ୍ଚରାଲ୍ ଡେଭେଲପ୍ମେଣ୍ଟ୍ ଟ୍ରଷ୍ଟର ସମ୍ପାଦକ ସୀତାଂଶୁ ଶେଖର ଦାସ ସଂଯୋଜନା କରିଥିବାବେଳେ, ମା’ ବୁଢ଼ୀ ଦକ୍ଷିଣେଇ ପୂଜା କମିଟି ପକ୍ଷରୁ ପ୍ରଶାନ୍ତ ସେନାପତି ମାନସ ରଞ୍ଜନ ବାରିକ, ମାଧବ ପଣ୍ଡା, ସୁଧାଂଶୁ ମୋହନ ଦାସ, ଶ୍ରୀମନ୍ତ ମିଶ୍ର, ସଂଯୁକ୍ତା ମହାପାତ୍ର, ଶୁଚିସ୍ମିତା ସାହୁ, ଶର୍ମିଲି ସାହୁ, ପ୍ରକାଶ ରାଉତ ଓ ତାରିଣୀ ଘଡ଼େଇ ପ୍ରମୁଖ ଉପସ୍ଥିତଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
