ଜିଲ୍ଲାସ୍ତରୀୟ ଲୋକ ଅଦାଲତ

 କଟକ  : ଆସନ୍ତା ୨୭.୭.୨୦୨୫ (ରବିବାର) କଟକ ଜିଲ୍ଲା ଆଇନସେବା ପ୍ରାଧୀକରଣ ପରିସରରେ କେବଳ ଚେକ ବାଉନ୍ସ କେସ (ଏନଆଇ ଆକ୍ଟ ୟୁ/ଏସ-୧୩୮) ଜନିତ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଉକ୍ତ ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ଚେକ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯାଇ ପାରିବ । ଲୋକ ଅଦାଲତରେ ମକୋଦ୍ଦମା/ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ । ଲୋକ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଓ ଅମ୍ଳଯୋଗ୍ୟ । ଏହା କଟକ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଅଧ୍ୟକ୍ଷଙ୍କ ସୂତ୍ରରୁ ପ୍ରକାଶ । ଅଧିକ ସୂଚନା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଅଧ୍ୟକ୍ଷଙ୍କୁ (୦୬୭୧-୨୩୬୮୩୮୩) ରେ ଯୋଗାଯୋଗ କରିପାରିବେ ।