କଲେଜ ପାଠାଗାର ପାଇଁ ପୁସ୍ତକ କ୍ରୟରେ ତ୍ରୁଟି : ସମୀକ୍ଷା ପାଇଁ ଗଣଶିକ୍ଷା ବିଭାଗକୁ ନିଦେ୍ର୍ଦଶ
କଟକ : ଆଜି ହାଇକୋର୍ଟରେ ଓଡ଼ିଶାର ବିଭିନ୍ନ କଲେଜ ପାଇଁ ପୁସ୍ତକ କ୍ରୟ ତାଲିକାରେ ପକ୍ଷପାତ ଏବଂ ପ୍ରକି୍ରୟାଗତ ତ୍ରୁଟି ଆଗତ ମାମଲାର ଶୁଣାଣି କରାଯାଇଛି । ମାମଲାର ବିଚାର କରି ଗଣଶିକ୍ଷା ବିଭାଗକୁ ପ୍ରକିୟାର ସମୀକ୍ଷା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ହାଇକୋର୍ଟ । କଳିଙ୍ଗ ପ୍ରକାଶକ ଏବଂ ପୁସ୍ତକ ବିକ୍ରେତା ସଂଘ କେପିବିଏ ଦ୍ୱାରା ଆଗତ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ବିସି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ଉଚ୍ଚ ଶିକ୍ଷା ସଚିବଙ୍କୁ ୩୦ ଦିନ ମଧ୍ୟରେ ଯାଞ୍ଚ ନିଦେ୍ର୍ଦଶ ଦେଇଛନ୍ତି । ଏହାଛଡ଼ା ସମୀକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ ଚୟନିତ ପୁସ୍ତକଗୁଡ଼ିକର ଚାଲିଥିବା ବଣ୍ଟନକୁ ବନ୍ଦ ରଖାଯାଇ ପାରେ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି ।
କେପିବିଏ ପକ୍ଷରୁ ମାମଲାରେ ଦର୍ଶାଯାଇଛି ଯେ, ସରକାରୀ ପୁସ୍ତକ ତାଲିକାରେ କିଛି ପ୍ରକାଶକଙ୍କ ପ୍ରତି ପକ୍ଷପାତିତା ପ୍ରଦର୍ଶନ କରାଯାଇଛି । ଅନୁମୋଦିତ ଶହ ଶହ ପୁସ୍ତକ ମଧ୍ୟରୁ ପ୍ରାୟ ୩୫୦ଟି ପୁସ୍ତକ କେବଳ ୫ ପ୍ରକାଶକଙ୍କର ବୋଲି ଜଣା ପଡ଼ିଛି । ଯାହା ଚୟନ ପ୍ରକି୍ରୟା ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି । ମାମଲାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ପୁସ୍ତକ ତାଲିକାରେ ଶୀର୍ଷକ ଏବଂ ଲେଖକମାନେ ଅଛନ୍ତି କିନ୍ତୁ ପ୍ରକାଶକଙ୍କ ନାମ ବାଦ ଦିଆଯାଇଛି ।
ସୂଚନାଯୋଗ୍ୟ ୯ ଜୁନ ୨୦୨୫ରେ କେପିବିଏ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବଙ୍କୁ ଏକ ଚିଠି ପ୍ରଦାନ କରାଯାଇଥିଲା । ଚିଠିରେ ବର୍ତ୍ତମାନର ପୁସ୍ତକ ତାଲିକାକୁ ବାତିଲ କରିବା ଏବଂ ଚୟନ କମିଟିର କାର୍ଯ୍ୟକାରିତାର ସ୍ୱାଧୀନ ତଦନ୍ତ ଦାବି କରାଯାଇଥିଲା । କେପିବିଏର ସଭାପତି ଜୟକୃଷ୍ଣ ମହାପାତ୍ର ଏହି ଅନିୟମିତତାରେ ସଂପୃକ୍ତ ହୋଇଥିବା ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାଛଡ଼ା ସଂସ୍ଥା ପକ୍ଷରୁ ଅଧିକ ସ୍ୱଚ୍ଛ, ପ୍ରକାଶକଙ୍କ ନିରପେକ୍ଷ ପ୍ରତିନିଧିତ୍ୱ ଏବଂ ଦାୟିତ୍ୱପୂର୍ଣ୍ଣ ଚୟନ ବ୍ୟବସ୍ଥା ପାଇଁ ଦାବି କରାଯାଇଛି ।