"ସଡ଼କ ସୁରକ୍ଷା ଦିଗରେ ଓଡ଼ିଶାର ଅଭିନବ ଯାତ୍ରା’ : ଶୂନ ଦୁର୍ଘଟଣା ଦିବସ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଓଡ଼ିଶାରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସକୁ ପ୍ରୋସôାହିତ କରିବା ପାଇଁ ଅନେକ ପ୍ରମୁଖ ପଦକ୍ଷେପ ନିଆଯାଉଛି । ରାଜ୍ୟର ସଡ଼କ ସୁରକ୍ଷା ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଶୂନ ଦୁର୍ଘଟଣା ଦିବସ (ଜେଡ୍ଏଡି) କାର୍ଯ୍ୟକ୍ରମ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଗତକାଲି ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ପରିବହନ କମିଶନର ଅମିତାଭ ଠାକୁର ଏବଂ ଆଇଆଇଟି ମାଡ୍ରାସର ସଡ଼କ ସୁରକ୍ଷା ପରାମର୍ଶଦାତା ପ୍ରଫେସର ଭେଙ୍କଟେଶ ବାଲସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଗତକାଲି ବିଭିନ୍ନ ସଡ଼କ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା ଏବଂ ସମୀକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କିତ ବିଶେଷ ଆଲୋଚନା ହୋଇଛି ।
ଆଇଆଇଟି ମାଡ୍ରାସ ପକ୍ଷରୁ ପ୍ରସ୍ତାବିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସହଯୋଗ କରାଯିବ । ଏହା ଓଡ଼ିଶାର ଏକ ସ୍ଥାନରେ ହେବ ଓ ଯେଉଁଠି ଅଂଶୀଦାର ଏବଂ ବିଶେଷଜ୍ଞମାନଙ୍କୁ ସଡ଼କ ସୁରକ୍ଷା ରଣନୀତି ଉପରେ ଆଲୋଚନା ଏବଂ ବିଚାରବିମର୍ଶ କରିବା ପାଇଁ ଏକତ୍ରିତ କରାଯିବ । ଦକ୍ଷତା ବିକାଶ ଏବଂ ତାଲିମ କାର୍ଯ୍ୟକ୍ରମ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ପ୍ରଫେସର ଭେଙ୍କଟେଶ ବାଲାସୁବ୍ରମଣ୍ୟନ୍ ମାଷ୍ଟର ଟ୍ରେନର, ତଦନ୍ତ ଅଧିକାରୀ, ସ୍ୱାସ୍ଥ୍ୟସେବା ବୃତ୍ତିଗତ, ଶିକ୍ଷକ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରଙ୍କ ପାଇଁ ମାନସ ମନ୍ଥନ ଅଧିବେଶନ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକର ଲକ୍ଷ୍ୟ ସଡ଼କ ସୁରକ୍ଷାକୁ ପ୍ରୋସôାହିତ କରିବା ଏବଂ ଦୁର୍ଘଟଣା ହ୍ରାସ କରିବା ପାଇଁ ଅଂଶୀଦାରମାନଙ୍କ ଦକ୍ଷତା ଓ ଜ୍ଞାନକୁ ବୃଦ୍ଧି କରିବା । ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ରଣନୀତି ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଯେଉଁଥିରେ ବିଭାଗକୁ ସଡ଼କ ସୁରକ୍ଷା ଦିଗରେ ବ୍ୟାପକ ସାମଗ୍ରୀ ଦାଖଲ କରିବା ଉପରେ ଧ୍ୟାନ ଦିଆଯାଇଥିଲା । ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଏହା ଏକ ବିରାଟ ପଦକ୍ଷେପ ହେବ ବୋଲି କୁହାଯାଉଛି ।