ହଂସିତା-ଅନିଲଙ୍କ ଜାମିନ୍ ଆବେଦନ ଖାରଜ

 ୫ ଦିନିଆ ରିମାଣ୍ଡ ଆବେଦନ କଲା ପୁଲିସ
 ଭୁବନେଶ୍ୱର, ୨୯ା୧ : ହଂସିତା-ଅନିଲ୍ଙ୍କୁ ଜୋରଦାର ଝଟ୍କା । ଉଭୟଙ୍କ ଜାମିନ୍ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ -୨ କୋର୍ଟ  । ଗତ ୧୮ ତାରିଖରେ ଉଭୟଙ୍କ ଜାମିନ୍ ଆବେଦନ ନେଇ ଶୁଣାଣି ହୋଇଥିଲା । ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଶେଷରେ ଜାମିନ୍ ଆବେଦନକୁ ଖାରଜ୍ କରିଛନ୍ତି ମାନ୍ୟବର କୋର୍ଟ । ସେହିପରି ଅନ୍ୟପଟେ ୫ଦିନ ପାଇଁ ରିମାଣ୍ଡ ଆବେଦନ କରିଛି କମିଶନରେଟ୍ ପୁଲିସ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଏଡିଜେ-୨ କୋର୍ଟରେ ଆବେଦନ କରିଛି ପୁଲିସ । ଯାହାର ଶୁଣାଣି ଖୁବଶୀଘ୍ର ହେବ ବୋଲି ଜଣାପଡିଛି । 
 ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍ ପୁଲିସ ହଂସିତା-ଅନିଲ୍ଙ୍କୁ ଗିରଫ କରିଥିଲା । ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର ବିଭିନ୍ନ ସ୍ଥାନରେ ଥିବା ବାସସ୍ଥାନ ଏବଂ ସଂପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା  । ସେପଟେ ଭୁବନେଶ୍ୱର ଏଡିଜେ-୨ କୋର୍ଟରେ ଜାମିନ ଆବେଦନ କରିଥିଲେ ହଂସିତା-ଅନିଲ  । ଯାହାର ଶୁଣାଣି କରି ଗତ ୧୮ ତାରିଖ ଦିନ ରାୟ ସଂରକ୍ଷିତ ରଖିଥିଲେ ମାନ୍ୟବର କୋର୍ଟ । ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଏଡିଜେ-୨ କୋର୍ଟ । ସେହିପରି ଅନ୍ୟପଟେ କମିଶନରେଟ୍ ପୁଲିସ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି । ଯାହାର ଶୁଣାଣି ଖୁବଶୀଘ୍ର ହେବ ବୋଲି ସୂଚନା ମିଳିଛି ।