ହତ୍ୟାକାରୀ ମୁସ୍କାନଙ୍କୁ ଜେଲରେ ମିଳିବ ସ୍ବତନ୍ତ୍ର ସୁବିଧା

ହତ୍ୟାକାରୀ ମୁସ୍କାନଙ୍କୁ ଜେଲରେ ମିଳିବ ସ୍ବତନ୍ତ୍ର ସୁବିଧା

ନୂଆଦିଲ୍ଲୀ: ସ୍ବାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ଅଭିଯୋଗରେ ମେରଠ ଜେଲରେ ସ୍ତ୍ରୀ ମୁସ୍କାନ ଓ ତାଙ୍କ ପ୍ରେମିକ ବନ୍ଦୀ ଅଛନ୍ତି। ବନ୍ଦୀ ଥିବା ଅବସ୍ଥାରେ ମୁସ୍କାନ ଗର୍ଭବତୀ ଗର୍ଭବତୀ ଥିବା ଜଣାପଡ଼ିବା ପରେ ତାଙ୍କୁ ଅନ୍ୟ ଏକ କୋଠରିକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି। ମୁସ୍କାନ ଯେଉଁ କୋଠରିରେ ରହିବେ ତାଙ୍କ ସହିତ ଆଉ ଜଣେ ମହିଳା କଏଦୀ ସଙ୍ଗୀତା ବି ରହିବେ। କାରଣ ଅଲଟ୍ରାସାଉଣ୍ଡ ରିପୋର୍ଟରେ ସେ ବି ଅନ୍ତସତ୍ତ୍ବା ଥିବା ଜଣାପଡ଼ିଛି।

ଡାକ୍ତରଙ୍କ ପରାମର୍ଶ କ୍ରମେ ମୁସ୍କାନ ଓ ସଙ୍ଗୀତାଙ୍କ ଖାଇବା ଓ ପିଇବା ପ୍ରତି ସ୍ବତନ୍ତ୍ର ଯତ୍ନ ନିଆଯିବ। ଦୁହିଁଙ୍କ ଯତ୍ନ ନେବା ପାଇଁ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଜେଲରେ ଥିବା ସମୟରେ ଗର୍ଭବତୀ କଏଦୀଙ୍କୁ  କୌଣସି ପ୍ରକାର ଅସୁବିଧା ହେବନାହିଁ ‌ସେ ନେଇ ଜେଲ ପ୍ରଶାସନ ନିଶ୍ଚିତ କରିଛି। ମିରଟ ଜେଲ ପ୍ରଶାସନ ମୁସ୍କାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ସିଏମଓ (ମୁଖ୍ୟ ଚିକିତ୍ସା ଅଧିକାରୀ)ଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ମହିଳା ଗାଇନିଂ ଡାକ୍ତରଙ୍କୁ ଜେଲ ପଠାଇବାକୁ ଅନୁରୋଧ କରାଯାଇଥିଲା।  ପରୀକ୍ଷା ପାଇଁ ଜିଲ୍ଲା ହସ୍ପିଟାଲର ଡାକ୍ତର ଚୌଧୁରୀ ଚରଣ ସିଂହ ତାଙ୍କ ଟିମ ସହିତ ଜେଲରେ ପହଞ୍ଚି ମୁସ୍କାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଅନ୍ତସତ୍ତ୍ବା ଥିବା ଜଣାପଡ଼ିଥିଲା।