ହତ୍ୟା ଘଟଣାରେ ପୋଲିସକୁ ସଫଳତା : ୨ ଅଭିଯୁକ୍ତ ନେଇ ସିନ ରିକ୍ରିଏସନ

ହତ୍ୟା ଘଟଣାରେ ପୋଲିସକୁ ସଫଳତା : ୨ ଅଭିଯୁକ୍ତ ନେଇ ସିନ ରିକ୍ରିଏସନ

ବରଗଡ଼ରୁ ଦେବରାଜ ପାଣିଗ୍ରାହୀ : 
 ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଣ୍ଡରିପଥର ପଞ୍ଚାୟତ କଲେଜ ନିକଟରେ ହୋଇଥିବା ହତ୍ୟା ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜିତେନ୍ଦ୍ର ଭୋଇ ଏବଂ ରାକେଶ ବିସାର ବୋଲି ସୂଚନା ମିଳିଛି । ଗତ ଶୁକ୍ରବାର ରାତିରେ ଦୁଇ ଅଭିଯୁକ୍ତ ଜିତେନ୍ଦ୍ର ଏବଂ ରାକେଶ ପୂର୍ବ ଶତୃତାକୁ ନେଇ ଯୋଜନାବଦ୍ଧ ଭାବେ ଦେବରାଜ ପାଣିଗ୍ରାହୀଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପରେ ଅଭିଯୁକ୍ତମାନେ ପଞ୍ଚାୟତ କଲେଜ ନିକଟ ଏକ ବିଲରେ ଅଧା ପୋତି ଚାଲି ଯାଇଥିଲେ । ଶନିବାର ସକାଳେ ଏହି ଘଟଣା ପ୍ରଘଟ ହେବା ପରେ ବରଗଡ଼ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଥିଲେ । ଆଜି ଉକ୍ତ ହତ୍ୟା ଘଟଣାରେ ସ୍ଥାନୀୟ ପଣ୍ଡରିପଥର ଅଞ୍ଚଳର ଜିତେନ୍ଦ୍ର ଭୋଇ ଏବଂ ରାକେଶ ବିସାରଙ୍କୁ ଗିରଫ କରି ଘଟଣାର ସିନ ରିକ୍ରିଏସନ କରିଥିଲା ପୋଲିସ । ତେବେ ଅଭିଯୁକ୍ତମାନେ ପୂର୍ବ ଶତୃତାକୁ ନେଇ ହତ୍ୟା କରିଥିବା ସିନ ରିକ୍ରିଏସନ ସମୟରେ କହିଥିଲେ । ସିନ ରିକ୍ରିଏସନ ସମୟରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଳକର, ଗ୍ରାମାଞ୍ଚଳ ଅଧିକାରୀ ସର୍ମିଷ୍ଠା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଗ୍ରାମାଞ୍ଚଳରେ କେସ ନମ୍ବର ୧୦୫ ରେ ଏକ ମାମଲା ରୁଜୁ ହୋଇଛି ।