ହରପ୍ରିୟା ପାଠାଗାର ଉନ୍ମୋଚିତ

ଦଶରଥପୁର:  ଏହି ବ୍ଲକ୍ ବିରିପଟା ପଂଚାୟତ ନୂଆ ସୁନାପାଳ ଠାରେ ଗ୍ରାମର ସୁବାସ ପରିଡ଼ାଙ୍କ ଉଦ୍ୟମରେ ହରପ୍ରିୟା ପାଠାଗାର ନାମରେ ଏକ ପାଠାଗାର ଉନ୍ମୋଚିତ ହୋଇଛି । ତାଙ୍କ ମାଆ ସ୍ୱର୍ଗୀୟା ହରପ୍ରିୟା ପରିଡ଼ା ପିଲାବେଳୁ ତାଙ୍କୁ ପୁସ୍ତକ ପଢ଼ିବା ସହ ପୁସ୍ତକକୁ ସାଇତି ରଖିବାପାଇଁ ସବୁବେଳେ କହୁଥିବାରୁ ମାଆଙ୍କ ସ୍ମୃତିରେ ଏହି ପାଠାଗାରର ନାମ ହରପ୍ରିୟା ପାଠାଗାର ରଖି ଏହାକୁ ପ୍ରତିଷ୍ଠା କରିଛନ୍ତି ବୋଲି ଶ୍ରୀ ପରିଡ଼ା କହିଛନ୍ତି । ଅତିଥିଭାବେ ପୂଜ୍ୟ ଭଗବତା ନନ୍ଦ ସରସ୍ୱତୀ ଯୋଗଦେଇ ପାଠାଗାର ଉଦ୍ଘାଟନ କରିବା ସହ ନିକଟରେ ଜାତିର ପିତା ମହାତ୍ମାଗାନ୍ଧୀ, ଉକ୍ରଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତି ସହ ସୁନାପାଳ ଗ୍ରାମର ସ୍ୱର୍ଗତଃ ଦୁର୍ଯେ୍ୟାଧନ ପରିଡ଼ା ଓ ସ୍ୱର୍ଗୀୟା ହରପ୍ରିୟା ପରିଡ଼ାଙ୍କ ପ୍ରତିମୂର୍ତି ଅନାବରଣ କରାଯାଇଥିଲା । ଅବସରପ୍ରାପ୍ତ ଅଧ୍ୟାପକ କୈଳାସ ଚନ୍ଦ୍ର ସାମଲଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ୱର ସାହୁ, ଆଚାର୍ଯ୍ୟ ଅନ୍ନଦାନନ୍ଦ ନନ୍ଦ, ତ୍ରିଲୋଚନ ପରିଡ଼ା ପ୍ରମୁଖ ଏହି ଅନାବରଣ ଉତ୍ସବରେ ଯୋଗ ଦେଇଥିଲେ ।