ରଥଯାତ୍ରାରେ ଭକ୍ତଙ୍କୁ ସେବା ପ୍ରଦାନ
ଖଇରା : ହରିଆନା ଗୁରୁଗ୍ରାମସ୍ଥିତ ସେକ୍ଟର୧୮ ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତଙ୍କର ପ୍ରବଳ ଭିଡ ଓ ଗୁଳୁଗୁଳିକୁ ଦୃଷ୍ଟିରେ ଦିଲ୍ଲୀର ୨ ଓଡିଆ ସାମାଜିକ ସଂଗଠନ ନୀଳାଚଳ ପରିବାର ଓ ଆୟୁଷ୍ମାନ ଫାଉଣ୍ଡେସନ ପକ୍ଷରୁ ଘୋଳ ଦହି ସର୍ବତ ଓ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଥିଲା ।ନୀଳାଚଳ ପରିବାରର ସଭାପତି ବିପ୍ଲବ କୁମାର ପଣ୍ଡା, ସମ୍ପାଦକ ଜୟଦେବ ପତି, ଉପସଭାପତି ବିଶ୍ୱରଞ୍ଜନ ସାହୁ ଓ କୋଷାଧ୍ୟକ୍ଷ ବିଜୟ ରାଉତ ତଥା ଆୟୁଷ୍ମାନ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀମନ୍ତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଦୁଇ ସଂଗଠନର ସଦସ୍ୟ ଦିପଙ୍କର ଶ, ବିଶ୍ୱରଞ୍ଜନ ସେଠୀ, ସତ୍ୟଶିବ ନାୟକ, ଶରତ କୁମାର, ବିକାଶ ସ୍ୱାଇଁ,ସୁଶାନ୍ତ ମଲ୍ଲିକ,ନନ୍ଦ କିଶୋର ସାମନ୍ତ, ପ୍ରଶାନ୍ତ ପଣ୍ଡା, ରାଜକିଶୋର ପଣ୍ଡା, ନିର୍ମାଲ୍ୟ ଦାସ, ରାଜକିଶୋର ପଣ୍ଡା, ନିର୍ମାଲ୍ୟ ଦାସ, ସତ୍ୟଶିବ ପାତ୍ର, ଉକ୍ରଳକେଶରୀ ପଣ୍ଡା, ରବିନ୍ଦ୍ର ସ୍ୱାଇଁ, ବାପି ନାୟକ ପ୍ରମୁଖଙ୍କ ସହଯୋଗରେ ଏହି ମହତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।