ହାଇୱା ଧକ୍କାରେ ଭାଙ୍ଗିଲା ବିଦୁ୍ୟତ୍ ପୋଲ

ହାଇୱା ଧକ୍କାରେ ଭାଙ୍ଗିଲା ବିଦୁ୍ୟତ୍ ପୋଲ

ତାଳଚେର : ଚୋରା ବାଲି ବୋଝେଇ ହାଇୱା ଧକ୍କାରେ ୧୧ଟି ବିଦୁ୍ୟତ୍ ପୋଲ ଭାଙ୍ଗିଯାଇଛି । ଫଳରେ ଅନ୍ଧାରରେ ରହିଛନ୍ତି ଅଞ୍ଚଳବାସୀ । ପ୍ରକାଶ ଯେ, ତାଳଚେର ସହର ହାଟତୋଟା ଉପଖଣି ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ଭାବେ ନିର୍ମାଣ ହେଉଥିବା ପ୍ରଜାମଣ୍ଡଳ ଭବନକୁ ବିଳମ୍ବିତ ରାତ୍ରିରେ ତରବରିଆ ଭାବେ ଏକ ହାଇୱାରେ ଚୋରା ବାଲି ବୋଝେଇ କରି ଉକ୍ତ ଭବନ ପରିସରରେ ଅନଲୋଡ୍ କରି ଫେରିବା ସମୟରେ ତାର ଡାଲାଟିକୁ ଚାଳକ ଡାଉନ ନ କରି ତରବରିଆ ଭାବେ ପଳାଇ ଯାଉଥିବା ବେଳେ ଉକ୍ତ ରାସ୍ତାରେ ବିଦୁ୍ୟତ୍ ଖୁଣ୍ଟକୁ ସଂଯୋଗ କରୁଥିବା ତାର ଗୁଡ଼ିକୁ ଧକ୍କା ଦେବା ଫଳରେ ୧୧ଟି ବିୁଦ୍ୟତ୍ ପୋଲ ସମ୍ପୂର୍ଣ୍ଣଭାବେ ଧରାଶାୟୀ ହୋଇପଡ଼ିଥିଲା । ଭାଗ୍ୟବସତଃ ଚାଳକ ଅଳ୍ପକେ ବିଦୁ୍ୟତ୍ ଆଘାତରୁ ବଂଚି ଯାଇଥିବା ବେଳେ ଲାଇନ ତାର ଗୁଡ଼ିକ ଛିନ୍ଛତର ଅବସ୍ଥାରେ ପଡ଼ିବା ଫଳରେ ସକାଳ ପର୍ଯ୍ୟନ୍ତ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଅଂଚଳବାସୀ ଏହା ପ୍ରକାଶ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ, ପ୍ରଜାମଣ୍ଡଳ ପରିସରରେ ଟି୍ରପ୍ ଟି୍ରପ୍ ବାଲି କିପରି ଓ କେଉଁଠାରୁ ଆସିଲା ? ତାହା ସନେ୍ଦହ ଘେରକୁ ଟାଣି ନେଉଥିବା ବେଳେ ଖୋଦ୍ ତାଳଚେର ଥାନା, ଖଣି ଉପନିଦେ୍ର୍ଦଶକ କାର୍ଯ୍ୟାଳୟ ଏବଂ ତାଳଚେରର ଉପଖଣ୍ଡ ଏସଡ଼ିପିଓ ରହିଥିଲେ ମଧ୍ୟ ସେମାନେ କିପରି ଏହା ଜାଣିପାରିଲେ ନାହିଁ ତାକୁ ନେଇ ଅଂଚଳବାସୀଙ୍କ ଏକ ବଡ଼ ପ୍ରଶ୍ନ ଉଙ୍କି ମାରୁଛି । ଏସମ୍ପର୍କରେ ବିଦୁ୍ୟତ୍ ବିଭାଗ ଏସସଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି, ୯ଟି ପୋଲ ଧରାଶାୟୀ ହେବା ସହ ୨ଟି କ୍ରାକ୍ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଆମେ ତାଳଚେର ଥାନାକୁ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଉକ୍ତ ହାଇୱାକୁ ଜବତ କରି ଥାନାକୁ ଆଣିଥିଲେ । ସେହିପରି ଖଣି ଉପନିଦେ୍ର୍ଦଶକ ଶ୍ରୀ ସାମଲଙ୍କୁ ପଚାରିବାରୁ ସେ ଏହା ଜାଣି ନାହାନ୍ତି ବୋଲି ପ୍ରକାଶ କରିଥିଲେ । ତେବେ ଏହାର ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।