ମେମୁ ଟ୍ରେନ୍ର ନିର୍ଦ୍ଧାରିତ ସମୟର ସ୍ଥାୟୀ ସମାଧାନ ପାଇଁ ଦାବିପତ୍ର


ାା ପ୍ରଭାନୁ୍ୟଜ ।ା ତାଳଚେର : ତାଳଚେର ଦେଇ ଯାଉଥିବା ପୁରୀ-ଅନୁଗୋଳ ମେମୁ ଟ୍ରେନ୍ଟି ନିର୍ଦ୍ଧାରିତ ସମୟରେ ଯାତାୟତ କରିବା ପାଇଁ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିବାର ଏକ ମାସ ପରେ ତାଳଚେର ରେଲ୍ୱେ ଷ୍ଟେସନ୍ ଠାରେ ଏଆରଏମ୍ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହିତ ଏହାର ସ୍ଥାୟୀ ସମାଧାନ ପାଇଁ ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନର ଡିଭିଜନାଲ୍ କମାଣ୍ଡର ତଥା ଅନୁଗୋଳ ଜିଲ୍ଲା ଯୁଗ୍ମ ସଂପାଦକ ଦିନବନ୍ଧୁ ପ୍ରଧାନ ଏବଂ ଆମ୍ବୁଲାନସ୍ ଅଫିସର ହିମାଂଶୁ ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ଆଲୋଚନା କରାଯାଇଛି । ଦୀର୍ଘ ସମୟ ଆଲୋଚନା ପରେ ଏରିଆ ରେଲ୍ୱେ ମ୍ୟାନେଜର କୁମୁଦ ରଞ୍ଜନ ପ୍ରକୃତ ବିଳମ୍ବ ପାଇଁ ଦୁଃଖ ପ୍ରକାଶ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଯଦି ଏଥିରେ କୌଣସି ବ୍ୟତିକ୍ରମ ହୁଏ ତାଳଚେରର ସଚେତନ ନାଗରିକବାସୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଏହି ସାକ୍ଷାତ ସମୟରେ ପ୍ରଶାନ୍ତ କୁମାର ଜେନା, ଧୃବ କୁମାର ସୁନ୍ଦରା, ରାକେଶ କୁମାର ବାରିକ, ପ୍ରିୟବ୍ରତ ସାହୁ, ବସନ୍ତ କୁମାର ସାମଲ, ସଂନ୍ଦିପ କୁମାର ପ୍ରଧାନ, ଚିତରଂଜନ ପ୍ରଧାନ, ଅମରଜିତ୍ ପ୍ରସାଦ, ଦିଲ୍ଲୀପ ସାମଲ, ସଂଜୟ ପ୍ରଧାନ, ପିଂଟୁ ସାହୁ, ଶ୍ରୀକୃିଷ୍ଣା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।