ହାତୀ ଦାନ୍ତ ତସ୍କର ଅଟକ


 ଭୁବନେଶ୍ୱର : ସ୍ପେଶିଆଲ ଟାସ୍କ ଫୋର୍ସ ଆଜି ଜଣେ ହାତୀ ତସ୍କରକୁ ଅଟକ ରଖିଛି  । ତା’ଠାରୁ ଦୁଇଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି  । ମିଳିଥିବା ସୂଚନା ଅନୁଯାୟୀ, ଏକ ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଫରେଷ୍ଟ ରେଞ୍ଜର ଅଧିକାରୀଙ୍କ ସହଯୋଗରେ ଏସଟିଏଫ ଚଢ଼ାଉ କରିଥିଲା  । ଏନଏଚ-୫୭ ବୌଦ୍ଧ-ସୋନପୁର ରାସ୍ତାର ତେଲିବନ୍ଧା ଛକ ନିକଟରେ ଚଢ଼ାଉ ହୋଇଥିଲା  । ବନ୍ୟପ୍ରାଣୀ ଅପରାଧି ପ୍ରମୋଦ ପରିଡ଼ାଙ୍କୁ ଏସଟିଏଫ ଗିରଫ କରିବା ସହ ତା’ଠାରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି  । ସେହିପରି ତା’ଠାରୁ ଶିକାର ପାଇଁ ବ୍ୟବହୃତ କିଛି ସାମଗ୍ରୀ ବି ଜବତ ହୋଇଛି  । ହାତୀ ଦାନ୍ତ ରଖିବା ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା । ଫଳରେ ତାକୁ ଅଟକ ରଖାଯାଇ ବୌଦ୍ଧ ଜଙ୍ଗଲ ଅଧିକାରୀଙ୍କ ହାତରେ ଦିଆଯାଇଛି  ।