ହୋଟେଲରୁ ମୋବାଇଲ ଚୋରି ; ୨ ଲୁଟେରା ଗିରଫ

ହୋଟେଲରୁ ମୋବାଇଲ ଚୋରି ; ୨ ଲୁଟେରା ଗିରଫ


ଭୁବନେଶ୍ୱର, ୨୯ା୪ : ଖାଇବା ପାର୍ସ ନେବାକୁ ଆସି ହୋଟେଲରୁ ମିସ୍ତ୍ରୀଙ୍କ ମୋବାଇଲ ନେଇ ଛୁ ମାରିଲେ ଦୁଇ ଗ୍ରାହକ । ଏନେଇ ଅଭିଯୋଗ ପରେ ୨୦୫ରେ ମାମଲା ରୁଜୁକରି ଦୁଇ ଲୁଟେରାଙ୍କୁ ଗିରଫ କଲା ଖାରବେଳନଗର ଥାନା ପୁଲିସ । ଗିରଫ ୨ ଅଭିଯୁକ୍ତ ହେଲେ, ଗଞ୍ଜାମ ଜିଲ୍ଲାର, ଗୋଳଅନ୍ତରା ଗାଁର ଦେବରାଜ ବେହେରା ଓ ସିଦ୍ଧାନ ଦାସ । ଦୁଇଜଣଙ୍କୁ ଦଫା ୩୭୯ରୁ ଟର୍ଣ୍ଣ କରି ଦଫା ୩୭୯/୩୪ ଆଇପିସି ଧାରାରେ ସୋମବାର କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ନିରଞ୍ଜନ ବାରିକ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଗୋଟିଏ ହୋଟେଲରେ ରୋଷେୟା ବାଭରେ କାର୍ଯ୍ୟ କରନ୍ତି । ଗତ ୨୫ ତାରିଖ ରାତିରେ ହୋଟେଲ ବାହାରେ ଖାଉଥିବା ସମୟରେ ତାଙ୍କର ମୋବାଇଲ ଫୋନ ଟିକୁ ଟେବୁଲ ଉପରେ ରଖିଥିଲେ । ଘଟଣା ଦିନ ମଧ୍ୟ ରାତିରେ ଅଭିଯୁକ୍ତ ଦୁହେଁ ସେଠାକୁ ଆସିଥିଲେ ଓ ଖାଦ୍ୟ ପାର୍ସଲ ନେବା ସମୟରେ ସୁଯୋଗ ଦେଖି ଅଭିଯୋଗକାରୀଙ୍କ ମୋବାଇଲ ଫୋନ୍ ଟିକୁ ଚୋରି କରି ନେଇଯାଇଥିଲେ । ସେହି ସମୟରେ ଅଭିଯୋଗକାରୀ ତାଙ୍କର ମୋବାଇଲ ଫୋନ ଟିକୁ ପାଇନଥିବାରୁ ସେ ୨ ଅଭିଯୁକ୍ତଙ୍କୁ ସନେ୍ଦହ କରି ସଙ୍ଗେ ସଙ୍ଗେ ସେମାନଙ୍କ ପିଛା କରି ପଛରେ ଯାଇଥିଲେ । ଏତିକି ବେଳେ ୨ ଜଣ ଅଭିଯୁକ୍ତ ଅଭିଯୋଗକାରୀ ପଛରେ ଆସୁଥିବା ଜାଣି ଦୁହେ ଦୌଡ଼ି ପଳାଇଥିଲେ । ପରେ ଏନେଇ ଅଭିଯୋଗକାରୀ ୨ ଜଣଙ୍କୁ ଚିହ୍ନିପାରି ଖାରବେଳନଗର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ମୋବାଇଲ ଫୋନ୍ ଜବତ କରିଛି ।