୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ; ପୁଲିସ ପକ୍ଷରୁ କଡାକଡ଼ି
ଭୁବନେଶ୍ୱର,୧୪ ।୯ : ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ ତରଫରୁ ଗତ କାଲି ""ସେଫ ସିଟି ଡ୍ରାଇଭ'' ଅଧୀନରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଥାନା, ବଡ଼ଗଡ଼ ଥାନା, ସହିଦନଗର ଥାନା, ମୈତ୍ରୀବିହାର ଥାନା, ନୟାପଲ୍ଲୀ ଥାନା, ମଞ୍ଚେଶ୍ୱର ଥାନା, ଇନଫୋସିଟି ଥାନା ଓ ଚନ୍ଦ୍ରଶେଖରପୁର ଥାନା ଆଦି ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ହୋଟେଲ ଗୁଡ଼ିକୁ କଡାକଡ଼ି ଭାବେ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ସମୟରେ ହୋଟେଲ ମାଲିକ ମାନଙ୍କୁ ""ସରାଇ ଆପ'' ବ୍ୟବହାର କରିବା ସହିତ ଉକ୍ତ ଆପା ମାଧ୍ୟମରେ ହୋଟେଲରେ ରହୁଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କର ତଥ୍ୟ ପ୍ରତେକ ଦିନ ଅପଲୋଡ଼ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ଉକ୍ତ ଆପକୁ ସେମାନେ ଡାଉନଲୋଡ଼ କରିବା ସହିତ ସେଥିରେ ଗ୍ରାହକ ମାନଙ୍କ ସମସ୍ତ ବିବରଣୀ ପଞ୍ଜୀକୃତ କରିବାଲାଗି ମଧ୍ୟ ନିଦେ୍ର୍ଦଶ ଦିଆଯାଇଥିଲା । କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ବିଷୟରେ କଡାକଡ଼ି ଭାବେ ଯାଞ୍ଚ କରାଯାଇଥିଲା ।
ଭୁବନେଶ୍ୱର ସହର ମଧ୍ୟରେ ଅପରାଧିକ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ସହିତ ହୋଟେଲରେ ଗ୍ରାହକ ମାନଙ୍କ ଦ୍ୱାରା ଦିଆଯାଇଥିବା ପରିଚୟ ତଥା ଠିକଣା ସଠିକ ଅଛି କି ନାହିଁ ତାରା ଯାଞ୍ଚ କରାଯାଇଥିଲା । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ହୋଟେଲ ମାଲିକ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ମଧ୍ୟ ସୂଚିତ କରାଯାଇଥିଲା । ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପି ପ୍ରତୀକ ସିଂହଙ୍କ ନିଦେ୍ର୍ଦଶ କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ଼ ଅଭିଯାନ କଡାକଡ଼ି କରିବା ସହିତ ବିଭିନ୍ନ ଥାନା ଅଞ୍ଚଳରେ ନାଇଟ୍ ବ୍ଳକିଂ ତଥା ଚେକିଂ ଅଭିଯାନ କରାଯାଇଥିଲା । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ଥିବା ପ୍ରତ୍ୟେକ ଥାନାର ବଛା ବଛା ଅଫିସର, କର୍ମଚାରୀ, ପିଓପିଡ଼ି ଓ ଟିମ-୬୦ର ମିଳିତ ପ୍ରୟାସରେ ତଥା ସମ୍ପୃକ୍ତି ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଧରପଗଧ ଅଭିଯାନ ପରିଚାଳିତ ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି/ଆଡା ତଥା ଯାନବାହାନ ଯାଞ୍ଚ କରାଯିବା ସହ ଆବଶ୍ୟକ ସ୍ଥଳେ ଜୋରିମାନା ଆଦାୟ କରାଯାଇଥିବା ବେଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି କ୍ରମରେ ବିଭିନ୍ନ ଥାନା ପୁଲିସ ମୋଟ ୫୮ ଜଣ ନିୟମ ଖିଲାଫକାରୀଙ୍କୁ ଥାନା ମାନଙ୍କରେ ଅଟକ ରଖାଯାଇଥିବା ବେଳେ, ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ୍ ଅନୁଯାଇ ୪୬ ଜଣ ନିୟମ ଖିଲାଫକାରୀଙ୍କୁ ମୋଟ ୨୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।