ତେଜରାତି ଦୋକାନରୁ ଲୁଟ୍ ; ଲୁଟେରା ଗିରଫ

ତେଜରାତି ଦୋକାନରୁ ଲୁଟ୍ ; ଲୁଟେରା ଗିରଫ


 ଭୁବନେଶ୍ୱର, ୨୯ା୪ : ରାତିରେ ତେଜରାତି ଦୋକାନରେ ପଶି ଟଙ୍କା ଓ ସାମଗ୍ରୀ ଲୁଟ୍ । ଥାନାରେ ଅଭିଯୋଗ ପରେ ୨୯୪ରେ ମାମଲା ରୁଜୁକରି ସୋମବାର ଦିନ ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଭରତପୁର ସତ୍ୟନଗର ବସ୍ତିର ଦେବରାଜ ବେହେରା । ତାଠାରୁ ୫ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ପରେ ଦଫା ୩୮୦ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ କୁମାର କେତନ ରାଉତଙ୍କ ଭରତପୁର ଥାନା ଅଧିନ କୁମୁଦିନୀ ନିବାସ ନିକଟରେ ଏକ ତେଜରାତି ଦୋକାନ ରହିଛି । ଗତ ୧୧ ତାରିଖ ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଚାଲିଯାଇଥିବା ବେଳେ ଅଭିଯୁକ୍ତ ସୁଯୋଗ ଦେଖି ଉକ୍ତ ଦୋକାନର କବାଟ ତାଡି ଭିତରେ ପଶି ୭ ହଜାର ଟଙ୍କା, କିଛି ସାମଗ୍ରୀ ଚୋରୀ କରି ଫେରାର ହୋଇଯାଇଥିଲା । ସକାଳୁ ଅଭିଯୋଗକାରୀ ଆସି ଦେଖିଲା ବେଳକୁ ତାଙ୍କ ଦୋକାନରୁ ଚୋରି ହୋଇଛି । ଏନେଇ ସେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।