୧୨୯ ପ୍ରଧାନଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ସ୍ଥିତ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାର ୧୨୯ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ୫ଦିନିଆ ତାଲିମ ପ୍ରଶିକ୍ଷଣ ଶିବିର ‘ସମ୍ଭବ' ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ତାଲିମ ଶିବିରକୁ ଉଦ୍ଘାଟନ କରି ପ୍ରଧାନ ଶିକ୍ଷକମାନଙ୍କ ନେତୃତ୍ୱ ବିକାଶ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଗଣ୍ଡ, ଉଚ୍ଚ ବାଳକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ସଏ, ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଶୈକ୍ଷିକ ସଂଯୋଜକ ଶେଷଶଙ୍କର ମହାଳିକ ପ୍ରମୁଖ ମଞ୍ଚାସୀନ ରହିଥିବାବେଳେ ସାଧନ କର୍ମୀ ଭାବେ ଦିଲ୍ଲୀପ କୁମାର ଗଣ୍ଡ, ଅଜୟ କୁମାର ନାୟକ, ଦିଲ୍ଲୀପ କୁମାର ସାହୁ ଓ ଦେବରାଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ୫ ଦିନିଆ ପ୍ରଶିକ୍ଷଣ ଶିବିରରେ ଏନସିଏଫ ଓ ଏନଇପି - ୨୦୨୦ର ଉଦେ୍ଦଶ୍ୟ ଓ ଶୈକ୍ଷିକ ଲକ୍ଷ୍ୟ, ମାନ ନିର୍ଦ୍ଧାରଣ, ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ, ଅନ୍ତର୍ନିବେଶୀ ଶିକ୍ଷା ଓ ସମତା, ବିଦ୍ୟାଳୟ ଓ ଆର୍ଥିକ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗୋଷ୍ଠୀ ସମ୍ପର୍କ, ଧନ୍ଧାମୂଳକ ଶିକ୍ଷା, ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
