ସିନାପାଲି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ
ନୂଆପଡା : ଆଗାମୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଈଶ୍ୱର ପ୍ରସାଦ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଏହି କମିଟି ୪୮ତମ ପାର୍ବଣ ଉତ୍ସବ ପାଳନ କରିବାକୁ ଯାଉଥିବାବେଳେ ଏଥର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ଉପସଭାପତି ରାମକୃଷ୍ଣ ମେହେର, ସଂପାଦକ ଜିତେଂଦ୍ର ମେହେର, ସହସଂପାଦକ ଭୀଷ୍ମରାଜ ମେହେର ଓ ବେଣୁଧର ମେହେର ଏବଂ କୋଷାଧ୍ୟକ୍ଷ ଭାବରେ ମହେଂଦ୍ର ମେହେରଙ୍କୁ ଚୟନ କରାଯାଇଛି । ପୂଜାକୁ ଭବ୍ୟ ଓ ଶୃଙ୍ଖଳିତ କରିବା ପାଇଁ ଏହି ସଭାରେ ବିଶଦ ଆଲୋଚନା କରାଯାଇଛି । ସେହିପରି କମିଟିର ଉପଦେଷ୍ଟା ମଣ୍ଡଳୀରେ ବୈଶମ୍ପାୟନ ମେହେର, ତୁଳସୀରାମ ମେହେର, ଚତୁର୍ଭୁଜ ମେହେର, ତପେଶ୍ୱର ମେହେର, ନବୀନଚନ୍ଦ୍ର ମେହେର, ଲୋକନାଥ ମେହେର, ପରମେଶ୍ୱର ମେହେର, ଚତୁର୍ଭୁଜ ମେହେର, ଉଦ୍ଧବ ମେହେର, ବୈଷ୍ଣବ ମେହେର, ତରୁଣ କୁମାର ମେହେର ରହିଛନ୍ତି । କର୍ତ୍ତା ଭାବରେ ଉଗ୍ରେସନ ମେହେର ଓ ତାଙ୍କ ଧର୍ମପନôୀଙ୍କୁ ଚୟନ କରାଯାଇଛି । ସେହିପରି ଆଗାମୀ ୨୦୨୭ରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀର ସଂଯୋଜକ ଭାବରେ ଚତୁର୍ଭୁଜ ମେହେର, ବୈଷ୍ଣବ ମେହେର ଓ ତରୁଣ ମେହେରଙ୍କୁ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଭାରେ ମୁରଲୀଧର ମେହେର, ବନମାଳି ମେହେର, ପ୍ରଦୁ୍ୟମ୍ନ ମେହେର, ପ୍ରଦୀପ ମେହେର, ହାଡୁରାମ ମେହେର, ବୈବସୁତ ମେହେର, ନିଲାଂଚଳ ମେହେର, କୃଷ୍ଣରାମ ମେହେର, ନିତିଶ ମେହେର, ନୂତନ, ତିଳେଶ୍ୱର, ତ୍ରିବିକ୍ରମ, ବୁଦ୍ଧଦେବ, ପରମେଶ୍ୱର, ଶଙ୍କର, ପ୍ରଭାତ, ଜଗମୋହନ, ଚଂଦ୍ରଶେଖର, ଓମପ୍ରସାଦ, ସୋହନ, ମନୋରଞ୍ଜନ, ରାକେଶ, ଆୟୁଷ, ହିମାଂଶୁ, ଚନ୍ଦନ, ନରେଶ, କିଶନଲାଲ, ଚଂଦ୍ରଧ୍ୱଜ, ଘନଶ୍ୟାମ ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
