୧୩ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଭଦ୍ରକ: ଆସନ୍ତା ସେପ୍ଟେମ୍ବର ମାସ ୨୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନେଇ ଏକ ପ୍ରସ୍ତୁତି ବୈଠକ ନଳାଙ୍ଗସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସରରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, ବିଏସ୍ଏନ୍ଏଲ୍, ଟିପିଏନ୍ଓଡ଼ିଏଲ୍ (ବିଦ୍ୟୁତବିଭାଗ), ଅର୍ଥ ଲଗାଣ ସଂସ୍ଥା ତଥା ବୀମା ସଂସ୍ଥାର ଅଧିକାରୀମାନଙ୍କଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି । ଉପରୋକ୍ତ ବିଭାଗର କର୍ମଚାରୀମାନେ ଉକ୍ତ ବୈଠକରେ ସେମାନଙ୍କ ଦ୍ୱାରା ପକ୍ଷମାନଙ୍କୁ ଜାରିକରାଯାଇଥିବା ନୋଟସି୍ ସମ୍ବନ୍ଧରେ ଏବଂ କେସ୍ ଗୁଡ଼ିକର ପ୍ରାକ୍ ମୋକଦ୍ଦମା ବିଷୟରେ ଆଲୋଚନା କରି ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବଙ୍କୁ ପୂଣ୍ୟଶ୍ଲୋକ ରଥଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇଥିଲେ । ସଚିବ ଶ୍ରୀ ରଥ ଏହି ପ୍ରସ୍ତୁତି ବୈଠକର ପରିଚାଳନା କରିଥିଲେ ଏବଂ ଆସନ୍ତା ରାଷ୍ଟ୍ରୀୟ ଲୋକ ଅଦାଲତରେ କିପରି ଅଧିକରୁ ଅଧିକ କେସ୍ର ଫଇସଲା କରିବା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ । ତେଣୁ ଜନସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନହୋଇ ହୋର ସୁଯୋଗ ନେଇ ଯେପରି ଅଧିକରୁ ଅଧିକ ଲୋକ ଏହି ଲୋକ ଅଦାଲତ ଦ୍ୱାରା ଉପକୃତ ହୋଇପାରିବେ ଏ ନେଇ ସଚିବ ଶ୍ରୀ ରଥ ଆଶାପୋଷଣ କରିଛନ୍ତି ।