ଆତଙ୍କ ରଚିଥିବା ମାଙ୍କଡକୁ କାବୁ କଲା ବନବିଭାଗ
ସୋର : ସୋର ବ୍ଲକ ନୂଆଗାଁ ଏବଂ ମୂଳିସିଂ ଅଞ୍ଚଳରେ ଗତ କିଛି ଦିନ ଧରି ଆତଙ୍କ ରଚିଥିବା ଏକ ମାଙ୍କଡକୁ ଆଜି ବନ ବିଭାଗ ପକ୍ଷରୁ କାବୁ କରାଯାଇଛି । ସୂଚନା ଅନୁସାରେ ସୋର ବ୍ଲକ ମୁଳିସିଂ ପଞ୍ଚାୟତ ଏବଂ ନୁଆଗାଁରେ ଗତ ୨୬ ତାରିଖରୁ ଏକ ମାଙ୍କଡ ପଲ ପଶିଆସିବା ସହିତ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିଲା । ଏଥିରେ ୧୫ରୁ ଉଦ୍ଧ୍ୱର୍୍ୱ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ଅଭିଯୋଗ ହେବା ପରେ ଆଜି ପୁର୍ବାହ୍ନରେ ଚାନ୍ଦିପୁର ବନ ବିଭାଗ ପକ୍ଷରୁ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଟ୍ରାଙ୍କୁଲାଇଜେସନ କରି ମାଙ୍କଡଟିକୁ କାବୁ କରିଥିଲେ । ମାତ୍ର ଏବେବି ୧୫ରୁ ଉଦ୍ଧ୍ୱର୍୍ୱ ମାଙ୍କଡ ଗ୍ରାମରେ ଥିବାବେଳେ ସେମାନଙ୍କୁ ବନ ବିଭାଗ ପକ୍ଷରୁ କାବୁ କରିବାରେ ସଫଳ ହୋଇ ନପାରି ଫେରିଯାଇଛନ୍ତି । ଫଳରେ ଏବେବି ଲୋକଙ୍କ ମନରେ ଭୟ ଥିବା ଜଣାପଡିଛି ।