୧୪ରେ ପ୍ରେସକ୍ଲବର ବାର୍ଷିକୋତ୍ସବ
ବ୍ରହ୍ମବରଦା : ଚଳିତମାସ୧୪ ତାରିଖ ପ୍ରେସ୍ କ୍ଲବ ବ୍ରହ୍ମବରଦାର ବାର୍ଷିକୋତ୍ସବ ଅନୁଷ୍ଠିତ ହେବ । ଏନେଇ ପ୍ରେସ୍ କ୍ଲବ ପରିସରରେ ସଭାପତି ବାପୁଜୀ ଚରଣ ଜେନାଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନରେ ଅତିଥି ଭାବେ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ବରୀ ବିଜେପି ନେତା ଉମେଶ ଚନ୍ଦ୍ର ଜେନା, ବିଶିଷ୍ଟ ସ୍ତମ୍ଭକାର ତଥା ସାମ୍ବାଦିକ ଓମପ୍ରକାଶ, ଓୟୁଜେ ଯାଜପୁର ଜିଲା ସଭାପତି ଅରୁଣ କୁମାର ରାଉତରାୟ, ରସୁଲପୁର ମଣ୍ଡଳ ସହ ଶିକ୍ଷାଧିକାରୀ ଡଃ ପ୍ରଭଞ୍ଜନ ପତି, ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ପ୍ରମୁଖ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସୁଚାରୁରୂପେ ପରିଚାଳନା ନେଇ ସଭାପତି ଶ୍ରୀ ଜେନା କ୍ଲବର ସମସ୍ତ ସଭ୍ୟମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ପ୍ରେସ୍ କ୍ଲବ ବ୍ରହ୍ମବରଦାର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।