ବିଶିଷ୍ଟ ଶିକ୍ଷାବିତ୍ ପରଲୋକ
ସମ୍ବଲପୁର: ବିଶିଷ୍ଟ ଶିକ୍ଷାବିତ୍ ତଥା ଆଞ୍ଚଳିକ ଶିକ୍ଷା ନିଦେ୍ର୍ଦଶାଳୟର ଉପନିଦେ୍ର୍ଦଶକ ସନ୍ତୋଷ କୁମାର ବିଶ୍ୱାଳ(୭୯)ଙ୍କର ଶାନ୍ତିନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ଧର୍ମପନôୀ, ଦୁଇ ପୁଅ, ଦୁଇ ଝିଅ, ଦୁଇ ବୋହୁ,ଦୁଇ ଜାମାତା ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ସମ୍ବଲପୁର ରାଜଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ବିଶ୍ୱାଳ ଜଣେ କବି, ସୁବକ୍ତା ଓ ନାଟ୍ୟ ନିଦେ୍ର୍ଦଶକ ଥିଲେ । ପ୍ରଫେସର ବିଶ୍ୱାଳଙ୍କ ବିୟୋଗରେ ସମ୍ବଲପୁର ଏନ୍ଏସ୍ସିବି କଲେଜ ପୁରାତନ ସଂଘ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଷ୍ଟାଫ୍ କାଉନସିଲ, ସମ୍ବଲପୁର ଚଷା ସମାଜ, ଭାରତୀୟ ଶିକ୍ଷଣ ମଣ୍ଡଳ, ଆଙ୍ଗୋଟା, ଭାରତ ବିକାଶ ପରିଷଦ, ମେହେର ଆସୋସିଏସନ ଓ ବୁଢାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
